ଭୂତ Bhūta
- ସଂ. ବି—(ଭୁ ଧାତୁ+କର୍ତ୍ତୃ. ତ) — ବାୟୁଚର ଦେବଯୋନି ବିଶେଷ — A class of aerial beings
- ସଂ. ବି—(ଭୁ ଧାତୁ+କର୍ତ୍ତୃ. ତ) — ପିଶାଚ — Ghosts; evil spirits
- ସଂ. ବି—(ଭୁ ଧାତୁ+କର୍ତ୍ତୃ. ତ) — [ଦ୍ର— ସବୁ ଦେଶରେ, ସବୁ କାଳରେ, ସବୁ ଜାତିରେ 'ଭୂତ' ମାନଙ୍କ ସମ୍ବନ୍ଧରେ ନାନା କଳ୍ପନା ଓ ବିଶ୍ୱାସ ଅଛି। ଯେଉଁ ଜୀବମାନଙ୍କ ଆତ୍ମାମ ନ ମୋକ୍ଷଗତି ପ୍ରାପ୍ତ ନ ହୋଇ ସ୍ୱର୍ଗକୁ ଯାଇ ନ ଥାନ୍ତି ସେମାନେ ଭୂତ ବା ପ୍ରେତରୂପେ ନାନା ସ୍ଥୂଳ ଓ ସୂକ୍ଷ୍ମରୂପ ଧାରଣ କରି ପୃଥିବୀରେ ବିଚରଣ କରନ୍ତି। ଏମାନେ ରାତିରେ ବାହାରନ୍ତି ଓ ଶ୍ମଶାନ, ନିର୍ଜନ ସ୍ଥାନ ଓ ମହାରଣ୍ୟରେ ରହନ୍ତି ଓ ଇଚ୍ଛାନୁସାରେ ଭିନ୍ନ ଭିନ୍ନ ରୂପ ଧାରଣ କରନ୍ତି । ଏମାନେ ଲୋକଙ୍କ ଉପରେ ସମୟେ ସମୟେ ନାନା ଅତ୍ୟାଚାର କରନ୍ତି ଓ ବାଳକ ବାଳିକା ଯୁବକ ଯୁବତୀ ଓ ସ୍ତ୍ରୀମାନଙ୍କର ଦେହରେ ପ୍ରବେଶ କରନ୍ତି। ଏମାନେ କୌଣସି କୌଣସି ଗୃହକୁ ଅଧିକାର କରି ସେଠାରେ ନାନା ଅଲୌକିକ ଘଟନା ଘଟାନ୍ତି। ମୃତ ବ୍ଯକ୍ତିଙ୍କ ଆତ୍ମା 'ଭୂତ' ହେବା କଥା ବର୍ତ୍ତମାନ ପାଶ୍ଚାତ୍ୟାମାନେ ସ୍ୱୀକାର କରୁଅଛନ୍ତି ଓ ଭୂତମାନଙ୍କୁ ନିମନ୍ତ୍ରଣ କରି ଲୋକମାନଙ୍କୁ ସେମାନଙ୍କ କ୍ରିୟାକଳାପ ଦେଖାଉଅଛନ୍ତି।]
- ସଂ. ବି—(ଭୁ ଧାତୁ+କର୍ତ୍ତୃ. ତ) — ଶିବଙ୍କର ଅନୁଚର ବା ଗଣସମୁହ — The attendants of Ṡiba
- ସଂ. ବି—(ଭୁ ଧାତୁ+କର୍ତ୍ତୃ. ତ) — ଜଗତର ପଞ୍ଚ ମୌଳିକ ଉପାଦାନ (ଯଥା:—(କ୍ଷିତି) ପୃଥିବୀ, (ଅପ୍) ଜଳ, (ତେଜଃ) ଅଗ୍ନି, (ମରୁତ୍) ବାୟୁ ଓ (ବ୍ୟୋମ) ଆକାଶ — The five primordial elements of the creation (viz, the earth, water, fire, air and ether.)
- ସଂ. ବି—(ଭୁ ଧାତୁ+କର୍ତ୍ତୃ. ତ) — ପ୍ରାଣୀ; ଜୀବ; ଜନ୍ତୁ — Animals; animated beings
- ସଂ. ବି—(ଭୁ ଧାତୁ+କର୍ତ୍ତୃ. ତ) — ତତ୍ତ୍ୱ; ସତ୍ୟ — Eternal or fundamental truths
- ସଂ. ବି—(ଭୁ ଧାତୁ+କର୍ତ୍ତୃ. ତ) — ଅତୀତ ସମୟ — The past
- ସଂ. ବି—(ଭୁ ଧାତୁ+କର୍ତ୍ତୃ. ତ) — ତତ୍ତ୍ୱାନୁସନ୍ଧାନ — Investigation of facts; enquiry about an affair
- ସଂ. ବି—(ଭୁ ଧାତୁ+କର୍ତ୍ତୃ. ତ) — କାର୍ତ୍ତିକେୟ (ହି. ଶ) — Kārttikeya
- ସଂ. ବି—(ଭୁ ଧାତୁ+କର୍ତ୍ତୃ. ତ) — ଯୋଗୀନ୍ଦ୍ର (ହି. ଶ.) — A pre-eminent J̄ogī
- ସଂ. ବି—(ଭୁ ଧାତୁ+କର୍ତ୍ତୃ. ତ) — ପ୍ରେତ ପିଶାଚ ଆଦିଙ୍କ ଉପଦ୍ରବ ଶାନ୍ତି କରିବା ଔଷଧ (ହି. ଶ) — Any medicine which protects a person from the attack of ghosts