ଭାର Bhāra

  • ସଂ. ବି. (ଭୃ ଧାତୁ=ଧାରଣ କରିବା+ଭାବ. ଅ) — ଗୁରୁତ୍ୱ; ଓଜନ — Weight; heaviness
  • ସଂ. ବି. (ଭୃ ଧାତୁ=ଧାରଣ କରିବା+ଭାବ. ଅ) — କ୍ରୋଧ ବା ଅଭିମାନ ଜନିତ ଗାମ୍ଭୀର୍ଯ୍ୟ — Sullenness due to anger or displeasure
  • ସଂ. ବି. (ଭୃ ଧାତୁ=ଧାରଣ କରିବା+ଭାବ. ଅ) — (+କର୍ମ. ଅ) ରାଶି; ସମୂହ — Multitude
  • ସଂ. ବି. (ଭୃ ଧାତୁ=ଧାରଣ କରିବା+ଭାବ. ଅ) — ବୋଝ — Load
  • ସଂ. ବି. (ଭୃ ଧାତୁ=ଧାରଣ କରିବା+ଭାବ. ଅ) — ଦାୟିତ୍ୱ — Responsibility; charge
  • ସଂ. ବି. (ଭୃ ଧାତୁ=ଧାରଣ କରିବା+ଭାବ. ଅ) — (+କରଣ. ଅ) ପରିମାଣ ବିଶେଷ — A standard of weight
  • ଦେ. ବି — ନିର୍ଭରତା — Dependence
  • ଦେ. ବି — ବାହୁଙ୍ଗିର ଦୁଇ ପାଖରେ ଝୁଲା ହୋଇ ଏକ ସଙ୍ଗେ ବୁହାଯିବା ଦୁଇଟି ବୋଝ — Two loads carried on one shoulder by means of a yoke
  • ଦେ. ବି — ଶିକା ଓ ବାହୁଙ୍ଗି — A Banghy and its 2 scales
  • ଦେ. ବି — ଜଣେ ଲୋକର ବାହୁଙ୍ଗିରେ ବୋହି ପାରିବା ପଦାର୍ଥର ପରିମାଣ — As much as can be carried by a person on the shoulder by means of a yoke
  • ଦେ. ବି — [ଦ୍ର—ବୋଝ ଗୋଟିକିଆ ଏବଂ ତାହା ମୁଣ୍ଡରେ ବା ପିଠିରେ ବୁହାଯାଏ। ଭାର ଯୋଡ଼ିକିଆ ଏବଂ ତାହା ବାହୁଙ୍ଗିର ଦୁଇ ପାଖରେ ଝୁଲୁଥିବା ଶିକା ଦ୍ୱାରା ବୁହାଯାଏ। ଭାରର ଦୁଇ ପାଖର ପ୍ରତ୍ୟେକ ବୋଝକୁ ଅଙ୍ଗା ବୋଲାଯାଏ।]
  • ଦେ. ବି — ବନ୍ଧୁ ବାନ୍ଧବଙ୍କୁ ଭାର ଦ୍ୱାରା ପଠାଯିବା ଉପଢୌକନ — Presents sent to relatives (and generally carried by yokes)