ଭାରା Bhārā

  • ଦେ. ବି. (ସଂ. ଭାର) — (ଉଚ୍ଚ କୋଠାକାମ କରିବା ସମୟରେ ରାଜମାନଙ୍କ ବସିବା ଓ ଯିବା ଆସିବା ଓ ଇଟା ପଥର ଆଦି ରଖିବା ଓ ନିଆଅଣାପାଇଁ ପ୍ରସ୍ତୁତ ବାଉଁଶ ବା କାଠରେ ତିଆରି ପ୍ରଶସ୍ତ ମଞ୍ଚା ବା ସିଡ଼ି — A scaffolding or staircase made of bamboo or timber for the use of men and materials in the course of building structures)
  • ଦେ. ବି. (ସଂ. ଭାର) — ବୋଝ — Load; burden
  • ଦେ. ବି. (ସଂ. ଭାର) — ଭାର; ଦାୟିତ୍ୱ — Responsibility
  • ଦେ. ବି. (ସଂ. ଭାର) — ଭରା; ଆଶ୍ରା — Prop; support
  • ଦେ. ବି. (ସଂ. ଭାର) — (ଉ—ହନୁମାନ୍ ମାଟିରେ ଭାରା ଦେଇ...ଡେଇଁ ପଡ଼ିଲା। ନୀଳକଣ୍ଠ. ପିଲାଙ୍କ ରାମାୟଣ।)
  • ଦେ. ବିଣ — ଭାରି — Heavy