ଭଲେ Bhale

  • ଦେ. କ୍ରି. ବିଣ — ଉତ୍ତମରୂପେ — Well; thoroughly
  • ଦେ. କ୍ରି. ବିଣ — [ଉ— ଆପଣାର ସାମର୍ଥ୍ୟକୁ ଦେଖାଇ ମୋ ତୁଲେ। ଯୁଦ୍ଧ କଲେ ଜାଣିବ ମୋ ବଳଟି ଭଲେ। କୃଷ୍ଣସିଂହ. ମହାଭାରତ. କର୍ଣ୍ଣ।]
  • ଦେ. କ୍ରି. ବିଣ — ସହଜରେ; ଅନାୟାସରେ — Easily; without trouble
  • ଦେ. କ୍ରି. ବିଣ — [ଊ— ପରଶୁମଣି ପରଶରେ, ଲୌହ କାଞ୍ଚନ ହୁଏ ଭଲେ। ଭୁପତି. ପ୍ରେମପଞ୍ଚାମୃତ।]
  • ଦେ. କ୍ରି. ବିଣ — ଜୀବନର ସାଧାରଣ ଘଟଣା ବା ଅବସ୍ଥାକ୍ରମେ; ଯଥାନିୟମରେ — In the natural course of life; in the ordinary course of life of events; duly
  • ଦେ. କ୍ରି. ବିଣ — [ଉ— ମତେ ଆସି ଜରା ଅବସ୍ଥା ହେଲା ଭଲେ। କୃଷ୍ଣସିଂହ. ମହାଭାରତ. ଆଦି।]
  • ଦେ. କ୍ରି. ବିଣ — ନିଶ୍ଚେ; ନିଶ୍ଚିତରୂପେ — Certainly
  • ଦେ. କ୍ରି. ବିଣ — [ଉ—ପାଣ୍ଡବମାନେ ଯାହା ବନକୁଟି ଗଲେ, ମୋ ମତରେ ସବୁରି ନାଶଟି ସେ ଭଲେ। କୃଷ୍ଣସିଂହ. ମହାଭାରତ. ବନ]
  • ଦେ. କ୍ରି. ବିଣ — ସାଧାରଣତଃ — Ordinarily
  • ଦେ. କ୍ରି. ବିଣ — (ଯଥା— ଯୋଗ୍ୟରୂପେ; ଉଚିତ ରୂପେ — Properly