ଭରିବା Bharibā

  • ଦେ. କ୍ରି (ସଂ. ଭୃ ଧାତୁ) — ପୂରାଇବା; ପୂର୍ଣ୍ଣ କରିବା — To fill up
  • ଦେ. କ୍ରି (ସଂ. ଭୃ ଧାତୁ) — ଭିତରକୁ ପ୍ରବେଶ କରାଇବା — To thrust into
  • ଦେ. କ୍ରି (ସଂ. ଭୃ ଧାତୁ) — ପୂରିବା; ପୂର୍ଣ୍ଣ ହେବା — To be filled up
  • ଦେ. କ୍ରି (ସଂ. ଭୃ ଧାତୁ) — (ଉ—ଭରୁଅଛି ସର୍ବପ୍ରାଣ ମହା ହରଷରେ। ମଧୁସୂଦନ. ଉତ୍କଳଗାଥା।)
  • ଦେ. କ୍ରି (ସଂ. ଭୃ ଧାତୁ) — ସଂଯୁକ୍ତ କରିବା — To join
  • ଦେ. କ୍ରି (ସଂ. ଭୃ ଧାତୁ) — (ଉ—ବିଷାଦ ଅସହଣ, ନିଶେ ହସ୍ତ ଭରିଣ, ଶକ୍ରାରି ଝମକି କୃପାଣ। ଭଞ୍ଜ. ବୈଦେହୀଶବିଳାସ।)
  • ଦେ. କ୍ରି (ସଂ. ଭୃ ଧାତୁ) — ଧାରଣ କରିବା; ଲଗାଇବା; ପିନ୍ଧିବା — To wear, to hold; to put on
  • ଦେ. କ୍ରି (ସଂ. ଭୃ ଧାତୁ) — (ଉ—କବଚକୁ ଭରିଣ ଧରିଲେ ସେ ଖଣ୍ଡା। କୃଷ୍ଣସିଂହ—ମହାଭାରତ. ବନ।)
  • ଦେ. କ୍ରି (ସଂ. ଭୃ ଧାତୁ) — ରଖିବା — To put
  • ଦେ. କ୍ରି (ସଂ. ଭୃ ଧାତୁ) — (ଉ—ଦିନେ ଘନସାର—ସାର, ଭରି ପାନ ତାର— ତାକୁ ବରମୁଖୀ ଦେଉଁ କାରବାର—ଭଞ୍ଜ. ପ୍ରେମସୁଧାନିଧି।)
  • ଦେ. କ୍ରି (ସଂ. ଭୃ ଧାତୁ) — ବୋଝାଇ କରିବା — To load
  • ଦେ. କ୍ରି (ସଂ. ଭୃ ଧାତୁ) — (ଜଳ ଆଦିକୁ ମୁଖ ମଧ୍ୟରେ) ଢାଳିଦେବା — To pour into (the mouth)