ଭଟ୍ଟି Bhaṭṭi

  • ସଂ. ବି (ନାମ) — ଶ୍ରୀଧର ସ୍ୱାମୀଙ୍କ ପୁତ୍ର ସଂସ୍କୃତ ଭଟ୍ଟି କାବ୍ୟର ରଚୟିତା — Name of the author of Bḥaṭṭikāvya who was the son of Srīdhara Swāmi
  • ସଂ. ବି (ନାମ) — ରାମଚରିତାତ୍ମକ ସଂସ୍କୃତ କାବ୍ୟ [ଏହା ଭଟ୍ଟିଙ୍କ ରଚିତ। କଥିତ ଅଛି ଯେ ଏହାଙ୍କର ଜନ୍ମ ହେବା ପରେ ଜନନୀଙ୍କର ବିୟୋଗ ହେବାରୁ ଏହାଙ୍କ ପିତା ଗୃହତ୍ୟାଗୀ ହେଲେ ଓ ବଲଭୀ ରାଜ୍ୟର ଅଧିପତି ଏହାଙ୍କର ଲାଳନ ପାଳନ ଓ ଶିକ୍ଷା ପ୍ରଦାନ କରିଥିଲେ; ପରେ ଏ ଉକ୍ତ ରାଜାଙ୍କ ରାଜକୁମାର ମାନଙ୍କର ଶିକ୍ଷକରୂପେ ନିଯୁକ୍ତ ହେଲେ ଓ ରାଜକୁମାର ମାନଙ୍କର ଶିକ୍ଷାର୍ଥ ରାମଚରିତ ଅବଲମ୍ବନରେ ଭଟ୍ଟି କାବ୍ୟ ରଚନା କଲେ; ଏଥିରେ କାବ୍ୟ ଛଳରେ ବ୍ୟାକରଣ ଶିକ୍ଷା ଦିଆ ଯାଇଅଛି; ଟୀକାକାର ଭରତ ମଲ୍ଲିକ କହନ୍ତି ଯେ ଭଟ୍ଟି କାବ୍ୟ ଭର୍ତ୍ତୁହରିଙ୍କ ରଚିତ—ସୁବଳଚନ୍ଦ୍ର]। — Name of an epic in Sanskrit dealing with the life of Rāmchandra