ଭକ୍ଷ Bhaksha

  • ସଂ. ବିଣ. (ଭକ୍ଷ୍ ଧାତୁ+କର୍ମ. ଅ) — ଆହାର୍ଯ୍ୟ; ଆହାରୀୟ; ଭକ୍ଷ୍ୟ — To be eaten; eatable
  • ସଂ. ବିଣ. (ଭକ୍ଷ୍ ଧାତୁ+କର୍ମ. ଅ) — ଯାହା ଖାଇବାର ଉଚିତ — Fit to be taken
  • ବି — ଖାଦ୍ୟଦ୍ରବ୍ୟ — Food
  • ବି — [ଉ— ଭକ୍ଷ ଦେଲା ବିହି ମୋ ପୁତ୍ର ପନ୍ନଗକୁ—କୃଷ୍ଣସିଂହ. ମହା— ଭାରତ. ବନ।]
  • ବି — ଯେଉଁ ଖାଦ୍ୟ ଖାଇବାର ଯୋଗ୍ୟ ବା ଉଚିତ — Fit or proper food
  • ବି — (+ ଭାବ. ଅ) ଭୋଜନ — Eating; taking meal
  • ବି — [ଉ—ରାମ ସଙ୍ଗେ ଅସୁରୀ ବହୁ ସମର କରି ମୁନିଙ୍କି କରୁଥିଲା ଭକ୍ଷ—ବିଚିତ୍ର. ରାମାୟଣ।]