ଭଉଁରି Bhauñri

  • ଦେ. ବି. (ସଂ. ଭ୍ରମି) — ଜଳଭ୍ରମି; ମଳମଳୀ — A whirlpool; eddy
  • ଦେ. ବି. (ସଂ. ଭ୍ରମି) — (ଉ—ଭଉଁରୀ ଖେଳେ ମାତି, ଚଳିଲୁ ଦିବାରାତି, ପ୍ରକାଶି ସଙ୍ଗୀତ ଉଦାର। ମଧୂସୂଧନ. ନଦୀପ୍ରତି।)
  • ଦେ. ବି. (ସଂ. ଭ୍ରମି) — (ସଂ. ଭ୍ରମରକ) ଶରୀରର ଲୋମାବର୍ତ୍ତ; କେଶର ବା ଲୋମର ଭ୍ରମରକ — A whorl
  • ଦେ. ବି. (ସଂ. ଭ୍ରମି) — (ସଂ. ଚକ୍ରଭ୍ରମି) ଏକପ୍ରକାର ପିଲା ଖେଳ; ଚକା ଭଉଁରୀ; ଘାଉଁରୀ; ଚକ୍ରାକାର ଗତିବିଶେଷ — Whirling motion
  • ଦେ. ବି. (ସଂ. ଭ୍ରମି) — (ଉ—ଚକା ଚକା ଭଉଁରୀ, ମାମୁଁ ଘର ଚଉଁରୀ। ଶିଶୁ— ଗୀତ।)
  • ଦେ. ବି. (ସଂ. ଭ୍ରମି) — ଘୋଡ଼ାର ଦେହରେ ଥିବା ଲୋମାବର୍ତ୍ତ (ଏହାର ଅବସ୍ଥିତ ଅନୁସାରେ ଘୋଡ଼ାର ଶୁଭ ବା ଅଶୁଭ ଲକ୍ଷଣ ନିରୁପିତ ହୁଏ) — Whorl on the body of a horse
  • ଦେ. ବି. (ସଂ. ଭ୍ରମି) — ଅଳଙ୍କାରରେ ଦିଆଯିବା ପେଚ ଲାଗିଥିବା ଖିଲ — Screw put on an ornament
  • ଦେ. ବି. (ସଂ. ଭ୍ରମି) — (କ)—ଚନ୍ଦନ ଯାତ୍ରାର ଶେଷ ବା ଏକବିଂଶ ଦିନ। ଏ ଦିନ ମହାପ୍ରଭୂଙ୍କୁ ଡଙ୍ଗାରେ ବସାଇ ଡଙ୍ଗାକୁ ଚନ୍ଦନତଡ଼ାଗ ମଧ୍ୟରେ ଚକ୍ରାକାରର ବୁଲାନ୍ତି — (a)-The 21st day of the Chandan j̄ātrā festival
  • ଦେ. ବି. (ସଂ. ଭ୍ରମି) — (ଖ)—ଜଳକ୍ରୀଡ଼ା ଏକାଦଶୀ; ବୈଶାଖ ଶୁକ୍ଳ ଏକାଦଶୀ — (b)-The 11th day of the bright fortnight of Ba̲i̱ṡākha
  • ଦେ. ବି. (ସଂ. ଭ୍ରମି) — ପକ୍ଷି— ବିଶେଷ — A kind of bird
  • ଦେ. ବି. (ସଂ. ଭ୍ରମି) — ଡଙ୍ଗାକୁ ପାଣିରେ ଚକ୍ରାକାର ଗତି କରାଯିବା ରୂପ କ୍ରୀଡ଼ା — Moving a boat in circles in sport