ବ୍ୟାସ Byāsa
- ସଂ. ବି (ବି+ଆ+ଅସ୍ ଧାତୁ=ବିଭାଗ କରିବା+କରଣ. ଅ) — ବୃତ୍ତର ବା ଗୋଲକର ମଧ୍ୟରେଖା; ଯେଉଁ ରେଖା କେନ୍ଦ୍ରର ମଧ୍ୟ ଦେଇ ଦୁଇ ବିପରୀତ ଦିଗରେ ପରିଧିକୁ ସ୍ପର୍ଶ କରିଥାଏ — Diameter of a circle or sphere
- ସଂ. ବି (ବି+ଆ+ଅସ୍ ଧାତୁ=ବିଭାଗ କରିବା+କରଣ. ଅ) — ବିସ୍ତାର — Extension
- ସଂ. ବି (ବି+ଆ+ଅସ୍ ଧାତୁ=ବିଭାଗ କରିବା+କରଣ. ଅ) — ପରିମାଣ ବିଶେଷ — A sort of measure
- ସଂ. ବି (ବି+ଆ+ଅସ୍ ଧାତୁ=ବିଭାଗ କରିବା+କରଣ. ଅ) — ସମାସଯୁକ୍ତ ପଦର ସମାସ ବିଛେଦ — The analysis of a compound word into its component words
- ସଂ. ବି (ବି+ଆ+ଅସ୍ ଧାତୁ=ବିଭାଗ କରିବା+କରଣ. ଅ) — (+ କର୍ତ୍ତୃ. ଅ)—ପୁରାଣପାଠକ — A reader of the Purāṇas
- ସଂ. ବି (ବି+ଆ+ଅସ୍ ଧାତୁ=ବିଭାଗ କରିବା+କରଣ. ଅ) — ବେଦ ବିଭାଗକାରୀ ଓ ମହାଭାରତ ଆଦି ପୁରାଣମାନଙ୍କ ରଚୟିତା ମୁନିବିଶେଷ; କୃଷ୍ଣଦ୍ୱୈପାୟନ; ବ୍ୟାସଦେବ; ବେଦବ୍ୟାସ — The sage Byāsa who arranged the Bedas into 4 books and complied the Mahābhārata and other Purāṇas
- ସଂ. ବି (ବି+ଆ+ଅସ୍ ଧାତୁ=ବିଭାଗ କରିବା+କରଣ. ଅ) — [ଦ୍ର—ନଦୀମଧ୍ୟସ୍ଥ ଦ୍ୱୀପରେ ଏହାଙ୍କର ଜନ୍ମ ହୋଇଥିବାରୁ ଏହାଙ୍କ ନାମ ଦ୍ୱୈପାୟନ। ଏହାଙ୍କ ଦେହର ବର୍ଣ୍ଣ କଳା ଥିବାରୁ ଏହାଙ୍କର ନାମ କୃଷ୍ଣ ଦ୍ୱୈପାୟନ। ଏ ବାଲ୍ୟକାଳରୁ ତପସ୍ୟା କଲେ ଓ ଏ ବେଦମାନଙ୍କ ସଂଗ୍ରହ ଓ ବିଭାଗ କରିଥିଲେ। ଏଥିପାଇଁ ଏହାଙ୍କ ନାମ ବେଦବ୍ୟାସ। ପରେ ଏହାଙ୍କ ମାତା ସତ୍ୟ— ବତୀଙ୍କ ସଙ୍ଗେ ଶାନ୍ତନୁଙ୍କର ବିବାହ ହେଲା। ଶାନ୍ତନୁ ଓ ସତ୍ୟବତୀଙ୍କ ପୁତ୍ର ବିଚିତ୍ରବୀର୍ଯ୍ଯ ନିଃସନ୍ତାନ ମୃତ ହେବାରୁ ସତ୍ୟବତୀଙ୍କ ଆଦେଶ ଅନୁସାରେ ଏ ବିଚିତ୍ରବିର୍ଯ୍ଯଙ୍କର ଦୁଇ ବିଧବାପତ୍ନୀ ଅମ୍ବିକା ଓ ଅମ୍ବାଳିକାଙ୍କ ସଙ୍ଗେ ନିୟୋଗ ବିଧି ଅନୁସାରେ ସହବାସ କଲେ ଓ ସେମାନଙ୍କ ଗର୍ଭରୁ ଧୃତରାଷ୍ଟ୍ର ଓ ପାଣ୍ଡୁଙ୍କର ଜନ୍ମ ହେଲା। ଏହାଙ୍କ ଔରସରେ ବିଚିତ୍ର ବୀର୍ଯ୍ଯଙ୍କ ଦାସୀଗର୍ଭରେ ବିଦୁର ଜନ୍ମଗ୍ରହଣ କରିଥିଲେ— ଏହାଙ୍କ ଅନ୍ୟନାମ ପାରାଶର୍ଯ୍ଯ, କାନୀନ, ବାଦରାୟଣ, ସତ୍ୟଭାରତ, ସତ୍ୟବ୍ରତ ଓ ସତ୍ୟରତ।]
- ସଂ. ବି (ବି+ଆ+ଅସ୍ ଧାତୁ=ବିଭାଗ କରିବା+କରଣ. ଅ) — ପୁରାଣାନୁସାରେ ଭିନ୍ନ ଭିନ୍ନ କଳ୍ପରେ ଜନ୍ମ ଗ୍ରହଣ କରି ବେଦମାନଙ୍କର ସଂଗ୍ରହ ଓ ବିଭାଗକାରୀ 28 ଜଣ ଋଷି (ହି. ଶ) — ପୁରାଣାନୁସାରେ ଭିନ୍ନ ଭିନ୍ନ କଳ୍ପରେ ଜନ୍ମ ଗ୍ରହଣ କରି ବେଦମାନଙ୍କର ସଂଗ୍ରହ ଓ ବିଭାଗକାରୀ28ଜଣ ଋଷି (ହି. ଶ)—. 28 sages said to have compiled and classified the Bedas at different times
- ସଂ. ବି (ବି+ଆ+ଅସ୍ ଧାତୁ=ବିଭାଗ କରିବା+କରଣ. ଅ) — [ଦ୍ର—ଏମାନେ ବ୍ରହ୍ମାଙ୍କର ବା ବିଷ୍ଣୁଙ୍କର ଅବତାର ବୋଲି କଥିତ। ଏମାନଙ୍କ ନାମ ସ୍ୱୟଂଭୁବ, ପ୍ରଜାପତି ବା ମନୁ, ଉଶନା, ବୃହସ୍ପତି, ସବିତା, ମୃତ୍ୟୁ ବା ଯମ, ଇନ୍ଦ୍ର, ବସିଷ୍ଠ, ସାରସ୍ୱତ, ତ୍ରିଧାମ, ଋଶଭ, ବା ତ୍ରିବୃଷ, ସୁତେଜା ବା ଭାରଦ୍ୱାଜ, ଅନ୍ତରିକ୍ଷ ବା ଧର୍ମ, ବପୃବନ୍ ବା ସୁଚକ୍ଷୁ, ତ୍ରଯ୍ଯାରୁଣି, ଧନଞ୍ଜୟ, କୃତଞ୍ଜୟ, ଋତଞ୍ଜୟ, ଭରଦ୍ୱାଜ, ଗୌତମ, ଉତ୍ତମ ବା ହର୍ଯ୍ଯାତ୍ମା ବାଚଶ୍ରବା ବା ନାରାୟଣ ବା ବେଣ, ସୋମମୂଖ୍ଯାୟନ ବା ତୃଣବିନ୍ଦୁ, ଋକ୍ଷ ବା ବାଲ୍ମିକୀ, ଶକ୍ତି ପରାଶର, ଜାତୁକର୍ଣ୍ଣ ଓ କୃଷ୍ଣଦ୍ୱୈପାୟନ (ହି. ଶ)
- ଦେ. ବି — ପୁରାଣ ପାଠକ, ଯେଉଁ ବ୍ୟକ୍ତି ପୁରାଣ କଥା ଲୋକଙ୍କୁ ଶୁଣାନ୍ତି (ହି. ଶ) — A narrator of the Purāṇas
- ଦେ. ବି — ଜ୍ଞାନୀ ଓ ପଣ୍ଡିତମାନଙ୍କୁ ଦିଆଯିବା ଉପାଧି — A title given to learned and wise men