ବୋଡ଼ା Boṟḍ̠ā

  • ଦେ. ବି (ସଂ. ବୋଡ୍ର; ଅନ୍ୟ ସଂ. ନାମ ଗୋନସ) — ଗୋନସ ସର୍ପ; ବିଷଧର ସର୍ପବିଶେଷ — Viper
  • ଦେ. ବି (ସଂ. ବୋଡ୍ର; ଅନ୍ୟ ସଂ. ନାମ ଗୋନସ) — [ଦ୍ର—ଏମାନଙ୍କର ଦେହ 2/3 ହାତ ଲମ୍ବ ଓ ଲାଙ୍ଗୁଡ଼ 8/10 ଆଙ୍ଗୁଳ ଲମ୍ବ ଓ ଦେହ ଅପେକ୍ଷା ସରୁ । ଲୋକେ ବିଶ୍ୱାସ କରନ୍ତି ଯେ ଏ ସାପ ପ୍ରତିବର୍ଷ କ୍ରମେ କ୍ରମେ ଲାଙ୍ଗୁଡ଼ ଆଡ଼ୁ ଛିଡ଼ି ଛିଡ଼ି ଛୋଟ ହେଉଥାଏ । ଏମାନେ ଅଣ୍ଡା ପରିବର୍ତ୍ତେ ପେଟରୁ ଛୁଆ ଜନ୍ମ କରନ୍ତି । ଏମାନଙ୍କର ବିଷରେ ହଠାତ୍ ମନୁଷ୍ୟ ମରିଯାଏ ନାହିଁ; କିନ୍ତୁ କ୍ଷତସ୍ଥାନ ଓ ଅଙ୍ଗ ଫୁଲିଯାଏ ଓ ସ୍ପର୍ଶଶକ୍ତିରହିତ ହୋଇଯାଏ । ଏମାନଙ୍କର ଦନ୍ତକ୍ଷତ ଘାଆରେ ପରିଣତ ହୋଇ ବଡ଼ କଷ୍ଟ ଦିଏ ଓ କ୍ୱଚିତ୍ ମୃତ୍ୟୁ ଘଟାଏ । ଏମାନେ ଗୋଖର ଆଦି ସାପଙ୍କ ଅପେକ୍ଷା ମୋଟା, କିନ୍ତୁ ଲମ୍ବରେ ସାନ ହୁଅନ୍ତି ଓ ଅନ୍ୟ ସାପମାନଙ୍କ ପରି ଦ୍ରୁତ— ବେଗରେ ପଳାଇ ପାରନ୍ତି ନାହିଁ । ଏମାନଙ୍କର ଫଣା ନାହିଁ । ଅଜଗର ସାପ ଏହି ଜାତୀୟ । ଏକଜାତୀୟ ଚିତ୍ରିତଦେହ ଛୋଟ ବୋଡ଼ାକୁ ଚନ୍ଦ୍ରବୋଡ଼ା ବା ଚନ୍ଦନ ବୋଡ଼ା — [ଦ୍ର—ଏମାନଙ୍କର ଦେହ2/3ହାତ ଲମ୍ବ ଓ ଲାଙ୍ଗୁଡ଼8/10ଆଙ୍ଗୁଳ ଲମ୍ବ ଓ ଦେହ ଅପେକ୍ଷା ସରୁ ଲୋକେ ବିଶ୍ୱାସ କରନ୍ତି ଯେ ଏ ସାପ ପ୍ରତିବର୍ଷ କ୍ରମେ କ୍ରମେ ଲାଙ୍ଗୁଡ଼ ଆଡ଼ୁ ଛିଡ଼ି ଛିଡ଼ି ଛୋଟ ହେଉଥାଏ ଏମାନେ ଅଣ୍ଡା ପରିବର୍ତ୍ତେ ପେଟରୁ ଛୁଆ ଜନ୍ମ କରନ୍ତି ଏମାନଙ୍କର ବିଷରେ ହଠାତ୍ ମନୁଷ୍ୟ ମରିଯାଏ ନାହିଁ; କିନ୍ତୁ କ୍ଷତସ୍ଥାନ ଓ ଅଙ୍ଗ ଫୁଲିଯାଏ ଓ ସ୍ପର୍ଶଶକ୍ତିରହିତ ହୋଇଯାଏ ଏମାନଙ୍କର ଦନ୍ତକ୍ଷତ ଘାଆରେ ପରିଣତ ହୋଇ ବଡ଼ କଷ୍ଟ ଦିଏ ଓ କ୍ୱଚିତ୍ ମୃତ୍ୟୁ ଘଟାଏ ଏମାନେ ଗୋଖର ଆଦି ସାପଙ୍କ ଅପେକ୍ଷା ମୋଟା, କିନ୍ତୁ ଲମ୍ବରେ ସାନ ହୁଅନ୍ତି ଓ ଅନ୍ୟ ସାପମାନଙ୍କ ପରି ଦ୍ରୁତ— ବେଗରେ ପଳାଇ ପାରନ୍ତି ନାହିଁ ଏମାନଙ୍କର ଫଣା ନାହିଁ ଅଜଗର ସାପ ଏହି ଜାତୀୟ ଏକଜାତୀୟ ଚିତ୍ରିତଦେହ ଛୋଟ ବୋଡ଼ାକୁ ଚନ୍ଦ୍ରବୋଡ଼ା ବା ଚନ୍ଦନ ବୋଡ଼ା(Russell's viper)କହନ୍ତି ଓ ଜଳରେ ରହିବା ଚକ୍ର ଚିହ୍ନଯୁକ୍ତ ଏକହାତ ଲମ୍ବ ବୋଡ଼ାକୁ ଚକ୍ରବୋଡ଼ା ବୋଲାଯାଏ]
  • ପ୍ରାଦେ (ଗଞ୍ଜାମ)ବି — ଧାନ୍ୟାଦି ମାପିବା ପରିମାଣ ପାତ୍ର ବିଶେଷ — A measure for corn
  • ପ୍ରାଦେ (ଗଞ୍ଜାମ)ବି — ବିଲୁଆ — Jackal
  • ପ୍ରାଦେ (ମେଦିନୀପୁର) ବିଣ — ବଡ଼ — Big; large; great