ବୋଳ Boḻa

  • ସଂ. ବି—(ବା. ଧାତୁ=ଗମନ କରିବା+କର୍ତ୍ତୃ. ଉଳ) — ଗୁଗ୍ଗୁଳ ପରି ଏକପ୍ରକାର ସୁଗନ୍ଧଧୂମୋତ୍ପାଦକ ନିର୍ଯ୍ଯାସ; ଗନ୍ଧ ରସ; ଲୋଭାନ୍ — Myrrh; balsam; frankincense; storax; banzoin; libanum
  • ସଂ. ବି—(ବା. ଧାତୁ=ଗମନ କରିବା+କର୍ତ୍ତୃ. ଉଳ) — [ଦ୍ର—ଏହା ଏକ ପ୍ରକାର ବୃକ୍ଷର ନିର୍ଯ୍ଯାସ। ଏହା ଶୁଖାଇ କରି ନିଆଁରେ ପକାଇଲେ ସୁଗନ୍ଧ ଧୂଆଁ ବାହାରେ। ଏ ଗଛ ଆଫ୍ରିକା ଓ ଆରବରେ ଜନ୍ମେ ଓ ଏଥିର ଶୁଖିଲା
  • ସଂ. ବି—(ବା. ଧାତୁ=ଗମନ କରିବା+କର୍ତ୍ତୃ. ଉଳ) — ନିର୍ଯ୍ଯାସ ବା ଲୋବାନ୍ ସେ ଦେଶରୁ ଆମ ଦେଶକୁ ଆସେ।]
  • ସଂ. ବି—(ବା. ଧାତୁ=ଗମନ କରିବା+କର୍ତ୍ତୃ. ଉଳ) — କ୍ଷାର ଜଳ — Alkaline water
  • ସଂ. ବି—(ବା. ଧାତୁ=ଗମନ କରିବା+କର୍ତ୍ତୃ. ଉଳ) — ପାଉଁସଗୋଳିଆ ପାଣି — Water mixed with ashes
  • ଦେ. ବି. (ସଂ. ସ୍ତର, ଲେପ) — ଦେହରେ ବସିବା ମଳିର ପରସ୍ତ ବା ସ୍ତର — A layer of dirt deposited on the unwashed body
  • ଦେ. ବି. (ସଂ. ସ୍ତର, ଲେପ) — ପାନ ଆଦିର ରସ ଦ୍ୱାରା ଦାନ୍ତ ଓ ଓଠ ଉପରେ ବସିଥିବା ମୋଟ ଲାଲ ବର୍ଣ୍ଣ ସ୍ତର — A thick layer of coloured pigment deposited on the lips and on the teeth as a result on excessive chewing of betel
  • ଦେ. ବି. (ସଂ. ସ୍ତର, ଲେପ) — (ଉ—ନେତ୍ର ତାମ୍ବୂଳ ବୋଳଯୁତ। ଭୂପତି. ପ୍ରେମପଞ୍ଚାମୃତ)
  • ଦେ. ବି. (ସଂ. ସ୍ତର, ଲେପ) — ଅଳତା ବା ବଟା ହଳଦୀ ପ୍ରଭୃତିର ବା ରଙ୍ଗର ସ୍ତର; ପୋଛ — A layer of paint or paste of articles such as lac-dye or turmeric
  • ଦେ. ବି. (ସଂ. ସ୍ତର, ଲେପ) — (ଉ—ଶିର ସୁନ୍ଦର ଦିଶେ ଯାବକ ବୋଳେ। କବିସୂର୍ଯ୍ୟ. କିଶୋରୀଚମ୍ପୂ ଶ ଗୀତ।)