ବୋର Bora

  • ସଂ. ବି (ବା ଧାତୁ= ଗମନ କରିବା+ଉଳ) — ଦାଳୁଅ ଧାନ — Summer paddy; marsh rice
  • ଦେ. ବି — ବୋଳ (ଦେଖ) — Boḻa (See)
  • ଦେ. ବି — ବୋର ଧାନ (ଦେଖ) — Bora dhāna (See)
  • ବିଣ — ଅଳଙ୍କାର ବା କାଠି ନ ଭରିବା ଯୋଗୁଁ ବୁଜି ହୋଇ ଯାଇଥିବା (କାନର ବା ନାକର ଛିଦ୍ର) — Filled up (bore in the ear or nose)
  • ବିଣ — [ଦ୍ର—ଅଳଙ୍କାର ପିନ୍ଧିବା ପାଇଁ କାନରେ ଓ ନାକରେ ଯେଉଁ ଛିଦ୍ର ଫୋଡ଼ା ହୋଇଥାଏ ସେଥିରେ ଅଳଙ୍କାର ନ ଭରିଲେ କିଛିଦିନ ବାଦ ତାହା ବୁଜି (ବୋର) ହୋଇଯାଏ। ଏଥିପାଇଁ ସେ ଛିଦ୍ରରେ ଲୋକେ ନିମ କାଠି ବା ସୋଲ ଭରି ତାକୁ ଅଳଙ୍କାର ପିନ୍ଧାଯିବା କାଳ ପର୍ଯ୍ୟନ୍ତ ମେଲା ରଖିଥାନ୍ତି।] ପ୍ରାଦେ (ସମ୍ବଲପୁର ଓ କଳାହାଣ୍ଡି)
  • ବି — ବଦର; ବରକୋଳି — Juj̄ube (berry)