ବେଲ Bela

  • ଦେ. ବି (ସଂ. ବିଲ୍ୱ; ପ୍ରା. ବେଲ୍ଲୋ) — ଶ୍ରୀଫଳ; ବିଲ୍ୱଫଳ ଓ ବୃକ୍ଷ — Bael; Aegle Marmelos
  • ଦେ. ବି (ସଂ. ବିଲ୍ୱ; ପ୍ରା. ବେଲ୍ଲୋ) — [ଦ୍ର—ଏହା ନାରଙ୍ଗାଦି ବର୍ଗର ବୃହତ୍ କଣ୍ଟବୃକ୍ଷ ଓ ତହିଁର ଫଳ ବର୍ତ୍ତୁଳ, ପତ୍ର ତ୍ରିପର୍ଣ୍ଣ; ଫଳ ଗଛରେ 8। 10 ମାସ ରହି ଖରାଦିନେ ପାଚେ। ଏହାର କଞ୍ଚା ଓ ପାଚିଲା ଫଳ, ପତ୍ର ଓ ଅଠା ନାନା କାର୍ଯ୍ୟ ଓ ଔଷଧରେ ଲାଗେ। ଏହାର ପତ୍ର ମହାଦେବଙ୍କ ମସ୍ତକରେ ଚଢ଼ା ହୁଏ। ପାଚିଲା ବେଲକୁ ପଣା କରି ଖାଆନ୍ତି ଓ ମୁରବା କରନ୍ତି। ଏହି ଗଛର ଚେର ମାଟିଭିତରେ ମାଡ଼ିଯାଏ ଓ ତହିଁର ଗଛମୂଳରୁ ଛାଡି ଖଣ୍ଡ— ଦୂରରେ କୁଆଁ ବାହାରି ନୂଆ ଗଛ ବାହାରେ। ଖରାଦିନେ ପତ୍ରଯାନ ଝଡ଼ିପଡ଼େ। ବୈଦ୍ୟକ ମତରେ ଏହା ମଧୁର, କଷାୟ, ଗରମ, ହୃଦ୍ୟ, ରୁଚିକର, ପନ, ଗ୍ରାହୀ, ପିତ୍ତକର, ପାଚକ, ବାତାତିସାର ଓ ଜ୍ୱରନାଶକ। ଏଥିର ଫଳ ପାଚିଲେ ଫଳ ମଧ୍ୟର ମିଠା ଶସକୁ ପଣା କରି ଓ ମୁରବ୍ୱା କରି ଖିଆଯାଏ। ଫଳ ଉପରେ ଗୋଟିଏ କଠିନ ଆବରଣ ଥାଏ। କଞ୍ଚା ବେଲକୁ ଶୁଖାଇ ଔଷଧାର୍ଥ ରଖାଯାଏ, ପାଚିଲା ବେଲ କୋଷ୍ଠକାଠିନ୍ୟ ଦୂର କରେ ଓ ପତଳା ଝାଡ଼ାକୁ ମଧ୍ୟ ବାନ୍ଧେ।] — [ଦ୍ର—ଏହା ନାରଙ୍ଗାଦି ବର୍ଗର ବୃହତ୍ କଣ୍ଟବୃକ୍ଷ ଓ ତହିଁର ଫଳ ବର୍ତ୍ତୁଳ, ପତ୍ର ତ୍ରିପର୍ଣ୍ଣ; ଫଳ ଗଛରେ8 10ମାସ ରହି ଖରାଦିନେ ପାଚେ ଏହାର କଞ୍ଚା ଓ ପାଚିଲା ଫଳ, ପତ୍ର ଓ ଅଠା ନାନା କାର୍ଯ୍ୟ ଓ ଔଷଧରେ ଲାଗେ ଏହାର ପତ୍ର ମହାଦେବଙ୍କ ମସ୍ତକରେ ଚଢ଼ା ହୁଏ ପାଚିଲା ବେଲକୁ ପଣା କରି ଖାଆନ୍ତି ଓ ମୁରବା କରନ୍ତି ଏହି ଗଛର ଚେର ମାଟିଭିତରେ ମାଡ଼ିଯାଏ ଓ ତହିଁର ଗଛମୂଳରୁ ଛାଡି ଖଣ୍ଡ— ଦୂରରେ କୁଆଁ ବାହାରି ନୂଆ ଗଛ ବାହାରେ ଖରାଦିନେ ପତ୍ରଯାନ ଝଡ଼ିପଡ଼େ ବୈଦ୍ୟକ ମତରେ ଏହା ମଧୁର, କଷାୟ, ଗରମ, ହୃଦ୍ୟ, ରୁଚିକର, ପନ, ଗ୍ରାହୀ, ପିତ୍ତକର, ପାଚକ, ବାତାତିସାର ଓ ଜ୍ୱରନାଶକ ଏଥିର ଫଳ ପାଚିଲେ ଫଳ ମଧ୍ୟର ମିଠା ଶସକୁ ପଣା କରି ଓ ମୁରବ୍ୱା କରି ଖିଆଯାଏ ଫଳ ଉପରେ ଗୋଟିଏ କଠିନ ଆବରଣ ଥାଏ କଞ୍ଚା ବେଲକୁ ଶୁଖାଇ ଔଷଧାର୍ଥ ରଖାଯାଏ, ପାଚିଲା ବେଲ କୋଷ୍ଠକାଠିନ୍ୟ ଦୂର କରେ ଓ ପତଳା ଝାଡ଼ାକୁ ମଧ୍ୟ ବାନ୍ଧେ]
  • ଦେ. ବି (ସଂ. ବିଲ୍ୱ; ପ୍ରା. ବେଲ୍ଲୋ) — ସ୍ତ୍ରୀଙ୍କୁ ଦିଆଯିବା ନାମ — Name given to females