ବେତ Beta

  • ଦେ. ବି (ସଂ. ବେତ୍ର) — ବେତ ଲତା — Calamis; Cane; Rotang; Rottan Cane; Calamus Rolang
  • ଦେ. ବି (ସଂ. ବେତ୍ର) — [ଦ୍ର—ଏହି ଗଛ ଓ ଏହାର ପତ୍ର କଣ୍ଟକମୟ। ଗଛରୁ ଗୋଟିଏ ଗୋଟିଏ ଲମ୍ବ ନାସୀ ବାହାରେ ତାହା ମଧ୍ୟ ବଙ୍କା କଣ୍ଟାଯୁକ୍ତ। ଏହାର ଚୋପା ଛଡ଼ାଇ ଦେଲେ ଏହା ମଧ୍ୟରୁ ସରୁ ଲମ୍ବା ଚେମଡ଼ ଯଷ୍ଟି ବାହାରେ। ବେତ ନାନା କାର୍ଯ୍ୟରେ ଲାଗେ। ଏହାକୁ ଚିରି ମଢୁଆ କରି ମୋଟ ଦଉଡ଼ି ବଳନ୍ତି, ଚଉକୀ ଓ ଖଟ ବୁଣନ୍ତି, ବେତା ଟୋକେଇ ଆଦି ବୁଣନ୍ତି। ବେତ ଲଟା ଲମ୍ବରେ 50 ହାତ ପର୍ଯ୍ୟନ୍ତ ବଢିବାର ଦେଖାଯାଏ। ଏହାକୁ ଯଷ୍ଟିରୂପେ ବ୍ୟବହାର କରନ୍ତି, ଏଥିରେ ଅପରାଧୀ ଓ ଛାତ୍ରମାନଙ୍କୁ ମାଡ଼ ଦିଆଯାଏ। — [ଦ୍ର—ଏହି ଗଛ ଓ ଏହାର ପତ୍ର କଣ୍ଟକମୟ ଗଛରୁ ଗୋଟିଏ ଗୋଟିଏ ଲମ୍ବ ନାସୀ ବାହାରେ ତାହା ମଧ୍ୟ ବଙ୍କା କଣ୍ଟାଯୁକ୍ତ ଏହାର ଚୋପା ଛଡ଼ାଇ ଦେଲେ ଏହା ମଧ୍ୟରୁ ସରୁ ଲମ୍ବା ଚେମଡ଼ ଯଷ୍ଟି ବାହାରେ ବେତ ନାନା କାର୍ଯ୍ୟରେ ଲାଗେ ଏହାକୁ ଚିରି ମଢୁଆ କରି ମୋଟ ଦଉଡ଼ି ବଳନ୍ତି, ଚଉକୀ ଓ ଖଟ ବୁଣନ୍ତି, ବେତା ଟୋକେଇ ଆଦି ବୁଣନ୍ତି ବେତ ଲଟା ଲମ୍ବରେ50ହାତ ପର୍ଯ୍ୟନ୍ତ ବଢିବାର ଦେଖାଯାଏ ଏହାକୁ ଯଷ୍ଟିରୂପେ ବ୍ୟବହାର କରନ୍ତି, ଏଥିରେ ଅପରାଧୀ ଓ ଛାତ୍ରମାନଙ୍କୁ ମାଡ଼ ଦିଆଯାଏ
  • ଦେ. ବି (ସଂ. ବେତ୍ର) — ଚିରା ବେତ ଦ୍ୱାରା ଘରଚାଳର ରୁଅ ସଙ୍ଗେ ବତାକୁ ଗଣ୍ଠି ପକାଇ ଭିଡ଼ନ୍ତି ଓ ବାଁଉଶ ପୋତି ବତାରେ କାମୁଡ଼ା ଦେଇ ବେତ ଦ୍ୱାରା ଗଣ୍ଠି ପକାଇ ବାଡ଼ିତିଆଡ଼ି କାନ୍ଥ କରନ୍ତି।
  • ଦେ. ବି (ସଂ. ବେତ୍ର) — ବେତ କଣ୍ଟା ଖୁବ ସରୁଆ ଥିବାରୁ ଦେହରେ ବେତ କଣ୍ଟା ଫୋଡି ସ୍ତ୍ରୀ ଲୋକମାନେ ଦେହରେ ଚିତା କୁଟାନ୍ତି। ବେତ କୋଳି ପାଚିଲେ ମିଠା ଓ କଷା ଲାଗେ। ତାହା ପିଲା ଓ ଗରିବ ଲୋକମାନେ ଖାଆନ୍ତି। ବେତ ମଞ୍ଜିରେ ମାଳା କରି ଗରିବ ଲୋକମାନେ ପିନ୍ଧନ୍ତି। ବେତର ଅଗ୍ର— ଭାଗସ୍ଥ କୋମଳ ଅଂଶର ଚୋପା ଛଡ଼ାଇ ତା ମଧ୍ୟରେ ଥିବା କନ୍ଦାକୁ କାର୍ତ୍ତିକ ମାସରେ ହବିଶିଆଳୀମାନେ ଭାଜି ଖାଆନ୍ତି, ଏହା ଚିକିଏ ପିତା ଲାଗେ। ବେତ କନ୍ଦାକୁ ଚୁନି ଚୁନି କରି କାଟି ଶ୍ରାଦ୍ଧ ପତ୍ରରେ ବଢ଼ାଯାଏ।
  • ଦେ. ବି (ସଂ. ବେତ୍ର) — ଆମ ଦେଶରେ ମୋଟ, ସରୁ, ଡେଙ୍ଗା ଓ ବାଙ୍ଗୁରା— ନାନା ପ୍ରକାରର ବେତ ଅଛି। ଏକ ପ୍ରକାର ବେତ ପାଣି କୂଳରେ ହୁଏ, ଏହି ବେତକୁ ସଂସ୍କୃତରେ 'ବାନୀର' କହନ୍ତି।
  • ଦେ. ବି (ସଂ. ବେତ୍ର) — ବ୍ରହ୍ମଦେଶ ଓ ଯାଭା ଆଦି ଦ୍ୱୀପର ବେତ ଖୁବ୍ ମୋଟ ହୁଏ, ଏପରି କି ସେ ବେତରେ ଚଉକି, ଟେବୁଲ ଆଦି ତିଆରି କରାଯାଏ। ବେତର ପ୍ରକାର
  • ଦେ. ବି (ସଂ. ବେତ୍ର) — ଶଉରି ବେତ ବା ଗଉରି ବେତ—ମୋଟ ବେତ, ଏହାର କଣ୍ଟା ସରୁ ଓ ପତ୍ର ବଡ଼।
  • ଦେ. ବି (ସଂ. ବେତ୍ର) — କାଳି ବେତ—ସରୁ ବେତ, ଏଥିରେ କଣ୍ଟା ନାହିଁ; ଏହାର ପତ୍ର ପାନପତ୍ର ପରି।
  • ଦେ. ବି (ସଂ. ବେତ୍ର) — ପାଣି ବେତ—ସଂ. ଜଳବେତସ; ବାନୀର।
  • ଦେ. ବି (ସଂ. ବେତ୍ର) — କାଠ ବେତ—ଖୁବ୍ ମୋଟା ବେତ, ବାଉଁଶ ପରି; ଏହାର ପବଗୁଡ଼ିକ ଅପେକ୍ଷାକୃତ ଲମ୍ବ।]
  • ଦେ. ବି (ସଂ. ବେତ୍ର) — ବେତର ଯଷ୍ଟି — A stick of cane
  • ଦେ. ବି (ସଂ. ବେତ୍ର) — ଅପରାଧୀ ବ୍ୟକ୍ତିକୁ ଦିଆଯିବା ବେତ ମାଡ଼; ବେତ୍ରାଘାତ ଦଣ୍ଡ — Strips withi cane given offenders