ବେଣ୍ଟ Beṇṭa
- ଦେ. ବି (ସଂ. ବୃନ୍ତ; ତୁଳ, ପ୍ରା. ବଣ୍ଟ) — କଇଁ ବା ପଦ୍ମ— ଫୁଲର ନାଡ଼ — The stalk of louts or lily
- ଦେ. ବି (ସଂ. ବୃନ୍ତ; ତୁଳ, ପ୍ରା. ବଣ୍ଟ) — ଅସ୍ତ୍ରାଦିର ମୁଠା — Handle of instruments
- ଦେ. ବି (ସଂ. ବୃନ୍ତ; ତୁଳ, ପ୍ରା. ବଣ୍ଟ) — [ଉ—କୁଠାରେ ଲଗନ ହୋଇ ବେଣ୍ଟରୂପେ ଯାଥ; ନାଶେ ତରୁ ବନ ଦେଶେ ଅନ୍ୟ ତରୁ ଦଳେ। ରାଧାନାଥ. ମହାଯାତ୍ରା।]
- ଦେ. ବି (ସଂ. ବୃନ୍ତ; ତୁଳ, ପ୍ରା. ବଣ୍ଟ) — ଅଣକରେ ବା ଚଟୁରେ ବାଉଁଶ ବା କାଠର ଯେଉଁ ଦଣ୍ଡ ଲାଗି ଥାଏ — Handle of a ladle
- ଦେ. ବି (ସଂ. ବୃନ୍ତ; ତୁଳ, ପ୍ରା. ବଣ୍ଟ) — ଛତାରେ ଲାଗିଥିବା ଦଣ୍ଡ — The handle of an umbrella
- ଦେ. ବି (ସଂ. ବୃନ୍ତ; ତୁଳ, ପ୍ରା. ବଣ୍ଟ) — ଶିକାର; ପାରିଧି; ମୃଗୟା; ଆଡ଼ି — Hunting
- ଦେ. ବି (ସଂ. ବୃନ୍ତ; ତୁଳ, ପ୍ରା. ବଣ୍ଟ) — [ଉ—ଚାରି ଭାଇ ଚାରି ଦିଗରେ ବେଣ୍ଟ ପରି, ଖାଆନ୍ତି ମାଂସ ନିତ୍ୟ ନିତ୍ୟ ମୃଗ ମାରି। କୃଷ୍ଣସିଂହ, ମହାଭାରତ. ବନପର୍ବ।]
- ଦେ. ବି (ସଂ. ବୃନ୍ତ; ତୁଳ, ପ୍ରା. ବଣ୍ଟ) — ସ୍ତନାଗ୍ର; ଚୁଚୁକ — The nipple of woman's breast
- ଦେ. ବି (ସଂ. ବୃନ୍ତ; ତୁଳ, ପ୍ରା. ବଣ୍ଟ) — ଗବାଦି ପଶୁଙ୍କର ଲମ୍ବିତ ସ୍ତନ ବା ଚୁଚୁକ — The finger-like udder of beasts
- ଦେ. ବି (ସଂ. ବୃନ୍ତ; ତୁଳ, ପ୍ରା. ବଣ୍ଟ) — ପରିପକ୍ୱ କଇଁଫୁଲର ପରିଣତ ଗୋଲାକୃତି ବୀଜକୋଷ — The seed capsule of the water lily
- ପ୍ରାଦେ (ସମ୍ବଲପୁର) ବି — ନିଆଁ ରଖିବା ପାଇଁ ପାଳରେ ବଳାଯାଇଥିବା ଦଉଡ଼ି — Braided straw for preserving fire
- ପ୍ରାଦେ (କଳହାଣ୍ଡି) ବି — ବଡ଼ ଦଉଡ଼ି — A big stout rope