ବେଣା Beṇā
- ଦେ. ବି—(ସଂ. ବୀରଣ; ଚେରର ସଂ. ନାମ. ଉଶୀର) — ସୁଗନ୍ଧ ଯୁକ୍ତ ତୃଣବିଶେଷ; ଉଶୀର — A kind of grass; khuskhus, Andro- pogen Squarrosus; Andropogen Muricatus
- ଦେ. ବି—(ସଂ. ବୀରଣ; ଚେରର ସଂ. ନାମ. ଉଶୀର) — [ଦ୍ର—ଏଥିରେ ଘର ଛପର ହୁଏ। ଏହାର ମୂଳଦ୍ୱାରା ସୁଗନ୍ଧଦ୍ରବ୍ୟମାନ ପ୍ରସ୍ତୁତ ହୁଏ ଓ ଚେରରେ ତାଟି ହୁଏ। ଏହାର ମୂଳ ଔଷଧରେ ମଧ୍ୟ ବ୍ୟବହୃତ ହୁଏ। ଏହା ପଡ଼ିଆ, ବିଲ ଓ ନଈ ବାଲି ଆଦି ସ୍ଥାନରେ ଜନ୍ମେ। ଏ ବୁଦା ଏପରି ଚେମଡ଼ା ଯେ ଏହାକୁ ନିର୍ମୂଳ କରିବା କଠିନ। ଏ ବୁଦା ଘନା ହୋଇ ମୂଳରୁ ଅନେକ କୁଆଁ ମାରି ବଢେ। ବୈଦ୍ୟଶାସ୍ତ୍ରମତରେ ଏକ ପାଚକ; ଶୀତବୀର୍ଯ୍ଯ, ସ୍ତମ୍ଭନକାରକ, ଲଘୁ ଓ ମଧୁର ତିକ୍ତ ରସ; ଏହା ଜ୍ୱର, ବମନ, ମତ୍ତତା, କଫ, ପିତ୍ତ, ତୃଷ୍ଣା, ରକ୍ତଦୋଷ, ବିଷ, ବିସର୍ପ, ମୃତକୃଚ୍ଛ୍ର, ଦାହ ଓ ବ୍ରଣନାଶକ]