ବୃହତୀ Bruhatī
- ସଂ. ବି (ବୃହତ୍+ ଈ) — ବିହାଙ୍କୁଡ଼ି; ଭେଜି ବାଇଗଣ — Solanum Indicum
- ସଂ. ବି (ବୃହତ୍+ ଈ) — [ଦ୍ର—ଏହା ବଙ୍ଗନାଦିବର୍ଗର ବହୁଶାଖ କଣ୍ଟକୀକ୍ଷୁପ; ପଡ଼ିଆରେ ମନକୁ ଉଠେ; ଏହା ଭୂମିରେ ଚକଡ଼ା ହୋଇ ମାଡ଼େ; ଏଥିର ଫୁଲ ବାଇଗଣି, ଫଳ ଗୋଲ, ଅଧଇଞ୍ଚ ବ୍ୟାସବିଶିଷ୍ଟ। ଏ ଗଛ ଓ ଫଳ ଦଶମୂଳ ପାଚନରେ ଲାଗେ। ବୈଦ୍ୟ ଶାସ୍ତ୍ର ମତରେ ଏହା ଧାରକ, ହୃଦୟଗ୍ରାହୀ, କଟୁ— ତିକ୍ତ ଓ ଉଷ୍ଣ ବୀର୍ଯ୍ୟ। ଏହା କଫ, ବାୟୁ, ମୁଖର ବିରସତା, ଅରୁଚି କୁଷ୍ଠ, ଜ୍ୱର, ଶ୍ୱାସ ଶୂଳ, କାଶ ଓ ଅଗ୍ନିମାନ୍ଦ୍ୟ ନାଶକ।
- ସଂ. ବି (ବୃହତ୍+ ଈ) — ଅଙ୍କରାନ୍ତି କଣ୍ଟକାରୀ; କଣ୍ଟକାରିକା (ଦେଖ) — Solanum Xanthocarpum
- ସଂ. ବି (ବୃହତ୍+ ଈ) — ଡେଙ୍ଗା ଭେଜୀ; ଶ୍ୱେତ କଣ୍ଟକାରୀ — A tall variety of Solanum Indicum
- ସଂ. ବି (ବୃହତ୍+ ଈ) — [ଦ୍ର—ଏହା କଣ୍ଟକୀ ଗୁଳ୍ମ; ଏହା କଣ୍ଟକାରୀର ଗୁଣଯୁକ୍ତ, ଅଧିକନ୍ତୁ ଗର୍ଭପ୍ରଦ; ଏଥିର ଫୁଲ ଧଳା]
- ସଂ. ବି (ବୃହତ୍+ ଈ) — ଲଟା ବେଏଁ କୋଳି — A variety of Solanum which is a creeper
- ସଂ. ବି (ବୃହତ୍+ ଈ) — [ଦ୍ର—ଏ ଲତାର ଫଳ ଭେଜି ବାଇଗଣ ପରି, କିନ୍ତୁ ଭେଜି ଅପେକ୍ଷା କଣ୍ଟା କମ୍)
- ସଂ. ବି (ବୃହତ୍+ ଈ) — [ଦ୍ର—ସାଧାରଣ ବୈଦ୍ୟଶାସ୍ତ୍ରରେ ବୃହତୀ ଦୁଇ ପ୍ରକାର; କିନ୍ତୁ ରାଜନିର୍ଘଣ୍ଟକାରଙ୍କ ମତରେ ବୃହତୀ 3 ପ୍ରକାର। — [ଦ୍ର—ସାଧାରଣ ବୈଦ୍ୟଶାସ୍ତ୍ରରେ ବୃହତୀ ଦୁଇ ପ୍ରକାର; କିନ୍ତୁ ରାଜନିର୍ଘଣ୍ଟକାରଙ୍କ ମତରେ ବୃହତୀ3ପ୍ରକାର
- ସଂ. ବି (ବୃହତ୍+ ଈ) — ବୃହତୀ ବା ଭେଜି ବାଇଗଣ — Solanium Indicum
- ସଂ. ବି (ବୃହତ୍+ ଈ) — କଣ୍ଟକାରୀ; ଅଙ୍କରାନ୍ତି — Solanium Xanthocarpum
- ସଂ. ବି (ବୃହତ୍+ ଈ) — ଶ୍ୱେତ ବୃହତୀ ବା ଡେଙ୍ଗା ଭେଜି। ଶ୍ୱେତ ବୃହତୀଗଛ ବଡ଼; ଫୁଲ ବାଇଗଣ ଫୁଲ ପରି; କିନ୍ତୁ ଧଳା; ଫଳ ଭେଜୀ ଅପେକ୍ଷା ବଡ଼। ସମସ୍ତ— ପ୍ରକାର ବୃହତୀ ଗୁଚ୍ଛଫଳା। ଆଉ ଏକପ୍ରକାର ଛୋଟ ବାଇଗଣ ପରି ଫଳ ଧରିବବା କଣ୍ଟକିନୀ ଲତାକୁ ଲଟା— ବେଏଁ କୋଳି ବା ଲହ ବେଏଁ କୋଳି ବୋଲାଯାଏ।]
- ସଂ. ବି (ବୃହତ୍+ ଈ) — ବିଶ୍ୱାବସୁଙ୍କ ବୀଣା — The Iute of a Deity