ବିମଳା Bimaḻā
- ସଂ. ବି. ସ୍ତ୍ରୀ — ପୁରୀରେ ଜଗନ୍ନାଥଙ୍କ ମନ୍ଦିରର ବେଢ଼ା ମଧ୍ୟରେ ପ୍ରତିଷ୍ଠିତା ଦୁର୍ଗା ଦେବୀ — The image of Durgā inside the compound of the Jagannatha temple at Puri
- ସଂ. ବି. ସ୍ତ୍ରୀ — [ଦ୍ର—ଏ ବିଷ୍ଣୁ ମନ୍ଦିରର ବେଢ଼ା ମଧ୍ୟରେ ଥିଲେ ମଧ୍ୟ ଶାରଦୀୟ ଦୁର୍ଗାପୂଜା ସମୟରେ ଏହାଙ୍କ ନିକଟରେ ମତ୍ସ୍ୟ ବଳି ଦିଆଯାଏ। ମାଛ ନରେନ୍ଦ୍ର ପୁଷ୍କରିଣୀରୁ ଧରା ହୋଇ ଜଗନ୍ନାଥଙ୍କ ଦେଉଳର ସିଂହଦ୍ୱାର ବାଟେ ବେଢ଼ା ମଧ୍ୟକୁ ଅଣା ନ ଯାଇ ପାଚୀରର ଉପର ବାଟେ ଡିଆଇଁ କରି ଅଣାଯାଏ।]
- ସଂ. ବି. ସ୍ତ୍ରୀ — ଚାମରକଷା; ଚମରୀ ଗାଭୀର ଲାଙ୍ଗୁଡ଼ — The tail of the Yak
- ସଂ. ବି. ସ୍ତ୍ରୀ — ରୂପାର ଗିଲ୍ଟି — Guilding with silver
- ସଂ. ବି. ସ୍ତ୍ରୀ — ସପ୍ତଳା; ନିଆଳି (ହି. ଶ) — A sort of Jasmine
- ସଂ. ବି. ସ୍ତ୍ରୀ — କାଳିକା ପୁରାଣୋକ୍ତ ବାସୁଦେବ— ନାୟିକା ଦେବୀ ବିଶେଷ (ହି. ଶ.) — Name of a mythological Goddess
- ସଂ. ବି. ସ୍ତ୍ରୀ — ସରସ୍ୱତୀ (ହି. ଶ.) — The Goddess of learning
- ସଂ. ବିଣ. ସ୍ତ୍ରୀ — ବିମଳର ସ୍ତ୍ରୀଲିଙ୍ଗ — Feminine of Bimaḻa
- ଦେ. ବି—ସ୍ତ୍ରୀ — ସ୍ତ୍ରୀ ଲୋକଙ୍କୁ ଦିଆଯିବା ନାମ — A name given to females