ବାହ୍ୟ Bāhya

  • ସଂ. ବିଣ — (ବହ୍ ଧାତୁ+କର୍ମ. ଯ)—ବହନଯୋଗ୍ୟ; ବହନୀୟ — To be carried; bearable
  • ସଂ. ବିଣ — (ବହିଃ+ଯ) ବହିସ୍ଥ — External
  • ସଂ. ବିଣ — ବହିର୍ଦ୍ଦେଶରେ ସ୍ଥିତ — Situated outside
  • ବି — ଯାନ; ବାହନ — Conveyance
  • ବି — ଭାରବାହୀ ପଶୁ — A beast of burden
  • ଦେ. ବି — ବହିର୍ଦ୍ଦେଶ — Outskirts; exterior
  • ଦେ. ବି — [ଦ୍ର—ଏହି ବାହ୍ୟ ଶବ୍ଦର ବିଶେଷ୍ୟ ଅର୍ଥରେ ପ୍ରାଚୀନ ସଂସ୍କୃତରେ ବ୍ୟବହାର ନାହିଁ; କିନ୍ତୁ ପରବର୍ତ୍ତୀ ରାଜତରଙ୍ଗିଣୀ ଆଦି ସଂସ୍କୃତ ଗ୍ରନ୍ଥମାନଙ୍କରେ ଏହାର ପ୍ରୟୋଗ ଦେଖାଯାଏ।]