ବାହନ Bāhana
- ସଂ. ବି. (ବହ୍ ଧାତୁ ଣିଚ୍=ବାହି ଧାତୁ+କରଣ. ଅନ) — ଯାନ; ଯାହା ଦ୍ୱାରା ଏକ ସ୍ଥାନରୁ ଅନ୍ୟ ସ୍ଥାନକୁ ନୀତ ବା ବାହିତ ହେବାକୁ ହୁଏ — A vehicle; conveyance
- ସଂ. ବି. (ବହ୍ ଧାତୁ ଣିଚ୍=ବାହି ଧାତୁ+କରଣ. ଅନ) — ବୋଝକୁ ବା ମନୁଷ୍ୟକୁ ଯେଉଁ ଜୀବଜନ୍ତୁ ବହନ କରି ନିଅନ୍ତି; ଭାରବାହୀ ଜୀବ — An animal which carries persons or loads
- ସଂ. ବି. (ବହ୍ ଧାତୁ ଣିଚ୍=ବାହି ଧାତୁ+କରଣ. ଅନ) — ଭିନ୍ନ ଭିନ୍ନ ଦେବତାଙ୍କୁ ପିଠିରେ ନେବା ଆଣିବା କରିବା ଭିନ୍ନ ଭିନ୍ନ ଜୀବ — 2. An animal which carries persons or loads
- ସଂ. ବି. (ବହ୍ ଧାତୁ ଣିଚ୍=ବାହି ଧାତୁ+କରଣ. ଅନ) — ଭିନ୍ନ ଭିନ୍ନ ଦେବତାଙ୍କୁ ପିଠିରେ ନେବା ଆଣିବା କରିବା ଭିନ୍ନ ଭିନ୍ନ ଜୀବ — Animals carrying. respective Deities on the beck
- ସଂ. ବି. (ବହ୍ ଧାତୁ ଣିଚ୍=ବାହି ଧାତୁ+କରଣ. ଅନ) — [ଦ୍ର—ଶାସ୍ତ୍ରରେ ପ୍ରତ୍ୟେକ ଦେବତାଙ୍କର ଭିନ୍ନ ଭିନ୍ନ ବାହନ ବା ଯାନ ବର୍ଣ୍ଣିତ ଅଛି; ଯଥା— 1 । ଶିବଙ୍କ ବାହନ—ବୃଷ, 2 । ବିଷ୍ଣୁଙ୍କର ବାହନ—ଗରୁଡ଼; 3 । ବ୍ରହ୍ମାଙ୍କର—ହଂସ; 4 । ଦୁର୍ଗାଙ୍କର—ସିଂହ; 5 । କାର୍ତ୍ତିକେୟଙ୍କ—ମୟୂର; 6 । ଲକ୍ଷ୍ମୀଙ୍କ— ପେଚକ; 7 । ସରସ୍ୱତୀଙ୍କ—ହଂସ, ମଗର; 8 । ଅଗ୍ନିଙ୍କ—ଛାଗ, ମେଷ; 9 । ଗଙ୍ଗାଙ୍କ —ମଗର; 10 । ଇନ୍ଦ୍ରଙ୍କ—ଐରାବତ ହସ୍ତୀ. ଉଚ୍ଚୈଃଶ୍ରବା ଅଶ୍ୱ; 11 । ଯମଙ୍କ—ମହିଷ।] — [ଦ୍ର—ଶାସ୍ତ୍ରରେ ପ୍ରତ୍ୟେକ ଦେବତାଙ୍କର ଭିନ୍ନ ଭିନ୍ନ ବାହନ ବା ଯାନ ବର୍ଣ୍ଣିତ ଅଛି; ଯଥା—1 ଶିବଙ୍କ ବାହନ—ବୃଷ,2 ବିଷ୍ଣୁଙ୍କର ବାହନ—ଗରୁଡ଼;3 ବ୍ରହ୍ମାଙ୍କର—ହଂସ;4 ଦୁର୍ଗାଙ୍କର—ସିଂହ;5 କାର୍ତ୍ତିକେୟଙ୍କ—ମୟୂର;6 ଲକ୍ଷ୍ମୀଙ୍କ— ପେଚକ;7 ସରସ୍ୱତୀଙ୍କ—ହଂସ, ମଗର;8 ଅଗ୍ନିଙ୍କ—ଛାଗ, ମେଷ;9 ଗଙ୍ଗାଙ୍କ —ମଗର;10 ଇନ୍ଦ୍ରଙ୍କ—ଐରାବତ ହସ୍ତୀ. ଉଚ୍ଚୈଃଶ୍ରବା ଅଶ୍ୱ;11 ଯମଙ୍କ—ମହିଷ]
- ସଂ. ବି. (ବହ୍ ଧାତୁ ଣିଚ୍=ବାହି ଧାତୁ+କରଣ. ଅନ) — (ବାହି ଧାତୁ+କର୍ମ. ଅନ) ରତ୍ନ — Gems
- ସଂ. ବି. (ବହ୍ ଧାତୁ ଣିଚ୍=ବାହି ଧାତୁ+କରଣ. ଅନ) — (ବହ ଧାତୁ+ଣିଚ୍+ଭାବ. ଅନ) ଭାର ବହିବା — Carrying; carriage
- ସଂ. ବି. (ବହ୍ ଧାତୁ ଣିଚ୍=ବାହି ଧାତୁ+କରଣ. ଅନ) — ଅନ୍ୟଦ୍ୱାରା ବହିବା କାର୍ଯ୍ୟ କରାଇବା — Causing another to bear or carry