ବାଷ୍ପ Bāshpa

  • ସଂ. ବି. (ବା ଧାତୁ=ଗମନ କରିବା+କର୍ତ୍ତୃ. ପ; ନିପାତନ) — ଉଷ୍ମା; ଜଳର ବାୟବୀୟ ଅବସ୍ଥା; ବାମ୍ଫ; ଉତ୍ତାପ ଦ୍ୱାରା ଜଳର ପରିବର୍ତ୍ତିତ ସୂକ୍ଷ୍ମ ଆକାର — Steam; vapour
  • ସଂ. ବି. (ବା ଧାତୁ=ଗମନ କରିବା+କର୍ତ୍ତୃ. ପ; ନିପାତନ) — ଘନ ବା ତରଳ ପଦାର୍ଥର ବାୟବୀୟ ଆକାର — Gas
  • ସଂ. ବି. (ବା ଧାତୁ=ଗମନ କରିବା+କର୍ତ୍ତୃ. ପ; ନିପାତନ) — (ଯଥା—ଜଳୀୟ ବାଷ୍ପ. ଅଙ୍ଗାରକାମ୍ଲ ବାଷ୍ପ, ଯବକ୍ଷାରଜାନ ବାଷ୍ପ, ଜଳଯାନ ବାଷ୍ପ, ଅମ୍ଲଜାନ ବାଷ୍ପ ଇତ୍ୟାଦି।)
  • ସଂ. ବି. (ବା ଧାତୁ=ଗମନ କରିବା+କର୍ତ୍ତୃ. ପ; ନିପାତନ) — ଶୋକ ବା ରାଗ ଯେଗୁଁ ଉଠିବା କଣ୍ଠ ଶ୍ଲେଷ୍ମ; କଣ୍ଠ ବାରି — Choking sensation in sudden outburst of anger or sorrow
  • ସଂ. ବି. (ବା ଧାତୁ=ଗମନ କରିବା+କର୍ତ୍ତୃ. ପ; ନିପାତନ) — ଅଶ୍ରୁ; ନେତ୍ରବାରି — Tear
  • ସଂ. ବି. (ବା ଧାତୁ=ଗମନ କରିବା+କର୍ତ୍ତୃ. ପ; ନିପାତନ) — ଲୁହା (ହି. ଶବ୍ଦସାଗର) — Iron
  • ସଂ. ବି. (ବା ଧାତୁ=ଗମନ କରିବା+କର୍ତ୍ତୃ. ପ; ନିପାତନ) — କଣ୍ଟକାରି (ହି. ଶବ୍ଦସାଗର) (ଦେଖ) — Solanum Nigrum