ବହୂଦକ Bahūdaka
- ସଂ. ବିଣ. (ବହୁବ୍ରୀହି; ବହୁ+ଉଦକ) — ପ୍ରଚୁର ଜଳବିଶିଷ୍ଟ — Having abundant water
- ସଂ. ବି — ଚାରିପ୍ରକାର ସନ୍ନ୍ୟାସୀଙ୍କ ମଧ୍ୟରୁ ଏକ — One of the 4 classes of Sannyāsīs
- ସଂ. ବି — [ଦ୍ର—ସୂତସଂହିତା ମତରେ ସନ୍ନ୍ୟାସୀ 4 ଶ୍ରେଣୀରେ ବିଭକ୍ତ;— କୁଟୀଚକ୍ର ବହୂଦକ, ହଂସ ଓ ପରମହଂସ। ବହୂଦକଙ୍କର ନିୟମ ଏହି କି ଏମାନେ ଏକ ଘରୁ ଆପଣାର ଭୋଜନାର୍ଥ ଯଥେଷ୍ଟ ଭିକ୍ଷା ଗ୍ରହଣ ନ କରି ସାତ ଘରୁ ଭିକ୍ଷା ଗ୍ରହଣ କରିବେ। ଗାଈର ପୁଚ୍ଛ— ରୋମରେ ବନ୍ଧା ତ୍ରିଦଣ୍ଡ. ଶିକା, ଜଳପୂର୍ଣ୍ଣ ପାତ୍ର, କୌପୀନ, କମଣ୍ଡଳୁ, କନ୍ଥା, ପାଦୁକା, ଛତ୍ର, ରୁଦ୍ରାକ୍ଷମାଳା, ଯୋଗପଟ୍ଟ, ଖନିତ୍ର ଓ କୃପାଣ ଏମାନେ ସଙ୍ଗରେ ନେବେ। ବହୂଦକଙ୍କର ଶବକୁ ପାଣିରେ ବୁଡ଼ାଇ ଦିଆଯାଏ—ହି. ଶ.] — [ଦ୍ର—ସୂତସଂହିତା ମତରେ ସନ୍ନ୍ୟାସୀ4ଶ୍ରେଣୀରେ ବିଭକ୍ତ;— କୁଟୀଚକ୍ର ବହୂଦକ, ହଂସ ଓ ପରମହଂସ ବହୂଦକଙ୍କର ନିୟମ ଏହି କି ଏମାନେ ଏକ ଘରୁ ଆପଣାର ଭୋଜନାର୍ଥ ଯଥେଷ୍ଟ ଭିକ୍ଷା ଗ୍ରହଣ ନ କରି ସାତ ଘରୁ ଭିକ୍ଷା ଗ୍ରହଣ କରିବେ ଗାଈର ପୁଚ୍ଛ— ରୋମରେ ବନ୍ଧା ତ୍ରିଦଣ୍ଡ. ଶିକା, ଜଳପୂର୍ଣ୍ଣ ପାତ୍ର, କୌପୀନ, କମଣ୍ଡଳୁ, କନ୍ଥା, ପାଦୁକା, ଛତ୍ର, ରୁଦ୍ରାକ୍ଷମାଳା, ଯୋଗପଟ୍ଟ, ଖନିତ୍ର ଓ କୃପାଣ ଏମାନେ ସଙ୍ଗରେ ନେବେ ବହୂଦକଙ୍କର ଶବକୁ ପାଣିରେ ବୁଡ଼ାଇ ଦିଆଯାଏ—ହି. ଶ.]