ବସ୍ତର Bastara
- ଗ୍ରା. ବି (ସଂ. ବସ୍ତ୍ର) — ବସ୍ତ୍ର; ଲୁଗା — Cloth
- ଦେ. ବି (ନାମ) — ଉତ୍କଳୀୟ ଗଡ଼ଜାତବିଶେଷ — Name of an Oriya State
- ଦେ. ବି (ନାମ) — [ଦ୍ର—ଏହା ମଧ୍ୟପ୍ରଦେଶର ଉତ୍ତର ପଶ୍ଚିମର ଶେଷ କୋଣରେ ଅବସ୍ଥିତ। ଏହାର ପୂର୍ବରେ ମାନ୍ଦ୍ରାଜ ପ୍ରଦେଶ, ଉତ୍ତରରେ ଛତିଶଗଡ଼, ଦକ୍ଷିଣରେ ହାଇଦ୍ରାବାଦ ଓ ପଶ୍ଚିମରେ ମଧ୍ୟପ୍ରଦେଶର ମୋଗଲବନ୍ଦି, ଏହି କଳାହାଣ୍ଡି, ଓ ଜୟପୁରକୁ ଲାଗିଛି। ଏହାର ରାଜବଂଶ ଓଡ଼ିଆ। ଦଳପତ ହେବ ମହାରାଜ 200 ବର୍ଷ ତଳେ ଏ ରାଜ୍ୟ ବସାଇଥିଲେ। ଏହାର ରାଜଧାନୀ ଜଗଦଳପୁର ବା ବସ୍ତର; ଏହା ଗୋଦାବରୀ ନଦୀର ଇନ୍ଦ୍ରାବତୀ ନାମକ ଗୋଟିଏ ଶାଖା ନଦୀର କୂଳରେ ଅବସ୍ଥିତ। ଏ ରାଜ୍ୟର କ୍ଷେତ୍ରଫଳ 13000 ବର୍ଗମାଇଲ୍, ଏଥିମଧ୍ୟରୁ ଚାଷଜମି 1000 ବର୍ଗାମାଇଲ୍ ଓ ଲୋକସଂଖ୍ୟା 4 ଲକ୍ଷ। ଏହି ବସ୍ତର ରାଜ୍ୟ ଓ ଜୟପୁରର ପାହାଡ଼ମାନ ରାମାୟଣବର୍ଣ୍ଣିତ କିସ୍କିନ୍ଧ୍ୟାର ଅଂଶ ବୋଲି ଅନୁମାନ କରାଯାଏ। ବସ୍ତର ପ୍ରାଚୀନ ଦଣ୍ଡକାରଣ୍ୟ ଏବଂ ତ୍ରେତାଯୁଗରେ ଅଗସ୍ତ୍ୟ ଋଷି ଏଠାରେ ବାସ କରୁଥିଲେ।] — [ଦ୍ର—ଏହା ମଧ୍ୟପ୍ରଦେଶର ଉତ୍ତର ପଶ୍ଚିମର ଶେଷ କୋଣରେ ଅବସ୍ଥିତ ଏହାର ପୂର୍ବରେ ମାନ୍ଦ୍ରାଜ ପ୍ରଦେଶ, ଉତ୍ତରରେ ଛତିଶଗଡ଼, ଦକ୍ଷିଣରେ ହାଇଦ୍ରାବାଦ ଓ ପଶ୍ଚିମରେ ମଧ୍ୟପ୍ରଦେଶର ମୋଗଲବନ୍ଦି, ଏହି କଳାହାଣ୍ଡି, ଓ ଜୟପୁରକୁ ଲାଗିଛି ଏହାର ରାଜବଂଶ ଓଡ଼ିଆ ଦଳପତ ହେବ ମହାରାଜ200ବର୍ଷ ତଳେ ଏ ରାଜ୍ୟ ବସାଇଥିଲେ ଏହାର ରାଜଧାନୀ ଜଗଦଳପୁର ବା ବସ୍ତର; ଏହା ଗୋଦାବରୀ ନଦୀର ଇନ୍ଦ୍ରାବତୀ ନାମକ ଗୋଟିଏ ଶାଖା ନଦୀର କୂଳରେ ଅବସ୍ଥିତ ଏ ରାଜ୍ୟର କ୍ଷେତ୍ରଫଳ13000ବର୍ଗମାଇଲ୍, ଏଥିମଧ୍ୟରୁ ଚାଷଜମି1000ବର୍ଗାମାଇଲ୍ ଓ ଲୋକସଂଖ୍ୟା4ଲକ୍ଷ ଏହି ବସ୍ତର ରାଜ୍ୟ ଓ ଜୟପୁରର ପାହାଡ଼ମାନ ରାମାୟଣବର୍ଣ୍ଣିତ କିସ୍କିନ୍ଧ୍ୟାର ଅଂଶ ବୋଲି ଅନୁମାନ କରାଯାଏ ବସ୍ତର ପ୍ରାଚୀନ ଦଣ୍ଡକାରଣ୍ୟ ଏବଂ ତ୍ରେତାଯୁଗରେ ଅଗସ୍ତ୍ୟ ଋଷି ଏଠାରେ ବାସ କରୁଥିଲେ]