ବର Bara
- ସଂ. ବିଣ. ପୁଂ. (ବୃ ଧାତୁ=ବରଣ କରିବା+କର୍ମ. ଅ) — ପ୍ରବର; ଶ୍ରେଷ୍ଠ; ପ୍ରଧାନ; ଉତ୍କୃଷ୍ଟ — Chief; best; excellent
- ସଂ. ବିଣ. ପୁଂ. (ବୃ ଧାତୁ=ବରଣ କରିବା+କର୍ମ. ଅ) — ବଜାଇ କମ୍ବୃବର, ବାହୁଡ଼େ ତରତର—ଭଞ୍ଜ. ବୈଦେହୀଶବିଳାସ।
- ସଂ. ବିଣ. ପୁଂ. (ବୃ ଧାତୁ=ବରଣ କରିବା+କର୍ମ. ଅ) — [ଦ୍ର—ଏହା ସାଧାରଣତଃ ଅନ୍ୟ ଶବ୍ଦ ସଙ୍ଗେ ସମାସରେ ବ୍ୟବହୃତ ହୁଏ; ଯଥା—ନୃପବର, ମିତ୍ରବର, ଯୋଷାବର, ବରପୁତ୍ର, ବରବର୍ଣ୍ଣିନୀ, ବରାଙ୍ଗ, ବରାରୋହା ଇତ୍ୟାଦି।]
- ସଂ. ବିଣ. ପୁଂ. (ବୃ ଧାତୁ=ବରଣ କରିବା+କର୍ମ. ଅ) — ଅଭୀଷ୍ଟ; ଇପ୍ସିତ — Wished for
- ସଂ. ବିଣ. ପୁଂ. (ବୃ ଧାତୁ=ବରଣ କରିବା+କର୍ମ. ଅ) — ଅଳ୍ପ — Little
- ସଂ. ବି — ନବବିବାହିତ ପୁରୁଷ — A newly married man
- ସଂ. ବି — ଜୋଇଁ; ଜାମାତା — Son-in-law
- ସଂ. ବି — ଭର୍ତ୍ତା; ପତି; ସ୍ୱାମୀ — Husband
- ସଂ. ବି — ବଧିଲେ ଦେବରବର ବରାରୋହା ମତେ ବର— ଭଞ୍ଜ. ବୈଦେହୀଶବିଳାସ।
- ସଂ. ବି — ବିବାହାର୍ଥ ସ୍ଥିରୀକୃତ ପାତ୍ର — Bridegroom elect
- ସଂ. ବି — ଆଶୀର୍ବାଦ — Blessing
- ସଂ. ବି — ଅଭୀଷ୍ଟ ଲାଭ ବା ପ୍ରାର୍ଥନାପୂରଣସୂଚକ ଆଶୀର୍ବାଦ ବା ପ୍ରତିଶ୍ରୁତି — Boon; blessing or promise for the fulfilment of one's wishes