ବରଗଣା Baragaṇā
- ଗ୍ରା. (ପଦ୍ୟ) ବି. (ସଂ. ବୃଜ୍ ଧାତୁ=ଉତ୍ସର୍ଗ କରିବା; ତ୍ୟାଗ କରିବା) — ପ୍ରେରଣ; ପଠାଇବା; ବରଗିବା — Sending; emitting; to discharge (Apte)
- ଗ୍ରା. (ପଦ୍ୟ) ବି. (ସଂ. ବୃଜ୍ ଧାତୁ=ଉତ୍ସର୍ଗ କରିବା; ତ୍ୟାଗ କରିବା) — ମହିଷମାନଙ୍କୁ ସେ ବରଗଣ କଲେ ସବୁ ଗିରିମାନଙ୍କୁ ଭଙ୍ଗାର ଯେ ଦେଲେ। କୃଷ୍ଣସିଂହ. ମହାଭାରତ ବନ।
- ଗ୍ରା. (ପଦ୍ୟ) ବି. (ସଂ. ବୃଜ୍ ଧାତୁ=ଉତ୍ସର୍ଗ କରିବା; ତ୍ୟାଗ କରିବା) — ଦୂତ ପ୍ରେରଣ — Sending of emissaries or messengers
- ଗ୍ରା. (ପଦ୍ୟ) ବି. (ସଂ. ବୃଜ୍ ଧାତୁ=ଉତ୍ସର୍ଗ କରିବା; ତ୍ୟାଗ କରିବା) — ତାରଗଣ ବରଗଣ ଗଣ କରେ ସୁଲଗ୍ନ ବିଖ୍ୟାତି। ଭଞ୍ଜ, କୋଟିବ୍ରହ୍ମାଣ୍ଡସୁନ୍ଦରୀ।
- ଗ୍ରା. (ପଦ୍ୟ) ବି. (ସଂ. ବୃଜ୍ ଧାତୁ=ଉତ୍ସର୍ଗ କରିବା; ତ୍ୟାଗ କରିବା) — ଦୂରଦେଶରେ କୌଣସି କାର୍ଯ୍ୟ କରିବା ପାଇଁ କୌଣସି ସ୍ଥାନକୁ ଯିବା ନିମନ୍ତେ କୌଣସି ବ୍ୟକ୍ତିର ନିଯୁକ୍ତି — Deputation of a person to do some work at a distant place
- ଗ୍ରା. (ପଦ୍ୟ) ବି. (ସଂ. ବୃଜ୍ ଧାତୁ=ଉତ୍ସର୍ଗ କରିବା; ତ୍ୟାଗ କରିବା) — ବରଗଣ ପଡ଼ିଲେ ଲୁଚଇ ଯେ ଲୋକ ତାକୁ ନ କରିବ ହେ ରାଜନ! ସେବକ। କୃଷ୍ଣସିଂହ. ମହାଭାରତ ଶାନ୍ତି।
- ପ୍ରାଦେ. (ଗଡ଼ଜାତ) ବି — ବିଦେଶ ବାସ; ପ୍ରବାସ — Sojourn
- ପ୍ରାଦେ. (ଗଡ଼ଜାତ) ବି — ମୋ ନାଆଁ ଟି ଶୁଆ, ମୁଁ ଦାନ୍ତରେ କାଟଇ ଗୁଆ ମୋ ଦାନ୍ତ କଟା ଗୁଆ କିଏ ଖାଇବ ଲୋ ! ସ୍ୱାମୀ ଗଲେ ବରଗଣ। ଗଡ଼ଜାତ. କାହାଣୀ ଗୀତା।