ବନ୍ଦି Bandi

  • ସଂ. ବି. ପୁଂ (ବନ୍ଦ୍ ଧାତୁ=ସ୍ତବ କରିବା+କର୍ତ୍ତୃ. ଇ; ଯେ ବନ୍ଦନା କରେ; ଯେ କାରାରୁଦ୍ଧ ଅବସ୍ଥାରେ ବନ୍ଦନା କରେ; ତୁଳ ଫା. ବନ୍ଦୀ) — କୟେଦୀ — Prisoner; captive (Apte)
  • ସଂ. ବି. ପୁଂ (ବନ୍ଦ୍ ଧାତୁ=ସ୍ତବ କରିବା+କର୍ତ୍ତୃ. ଇ; ଯେ ବନ୍ଦନା କରେ; ଯେ କାରାରୁଦ୍ଧ ଅବସ୍ଥାରେ ବନ୍ଦନା କରେ; ତୁଳ ଫା. ବନ୍ଦୀ) — (ବନ୍ଦ୍ ଧାତୁ+ଭାବ. ଇ) ବନ୍ଧନ — Bondage; confinement (Apte)
  • ସଂ. ବି. ପୁଂ (ବନ୍ଦ୍ ଧାତୁ=ସ୍ତବ କରିବା+କର୍ତ୍ତୃ. ଇ; ଯେ ବନ୍ଦନା କରେ; ଯେ କାରାରୁଦ୍ଧ ଅବସ୍ଥାରେ ବନ୍ଦନା କରେ; ତୁଳ ଫା. ବନ୍ଦୀ) — ସିଢ଼ୀ; ନିଶୁଣୀ — Ladder
  • ସଂ. ବି. ପୁଂ (ବନ୍ଦ୍ ଧାତୁ=ସ୍ତବ କରିବା+କର୍ତ୍ତୃ. ଇ; ଯେ ବନ୍ଦନା କରେ; ଯେ କାରାରୁଦ୍ଧ ଅବସ୍ଥାରେ ବନ୍ଦନା କରେ; ତୁଳ ଫା. ବନ୍ଦୀ) — ବନ୍ଦନା; ସ୍ତୁତି — Hymn; salutation; panegyrics; prayer
  • ସଂ. ବିଣ — କାରାରୁଦ୍ଧ — Imprisoned; made captive
  • ଦେ. ବି — ସ୍ତ୍ରୀମାନଙ୍କ ଅଳକା ମଧ୍ୟରେ ପିନ୍ଧାଯିବା ଝୁଲା ପଦକ — A locket hanging in the middle of a chain for the forehead
  • ଦେ. ବି — ବନ୍ଦ; ରାହିତ୍ୟ — Stoppage; cessation
  • ଦେ. ବି — ଅବରୋଧ; କାରାରୋଧ — Confinement; imprisonment
  • ଦେ. ବି — ଭୂତପ୍ରେତ ଆଦିଙ୍କୁ କୌଣସି ବ୍ୟକ୍ତି— ଠାରେ ବା ସ୍ଥାନରେ ମନ୍ତ୍ର ଯନ୍ତ୍ର ପ୍ରୟୋଗ ଦ୍ୱାରା ଅଟକାଇ ରଖିବା — The act of impounding an evil spirit which has possessed a person or place
  • ଦେ. ବିଣ — କାର୍ଯ୍ୟରୁ ରହିତ; ନିଷ୍କର୍ମା — Restrained; unengaged; stopped from doing work