ବଧା Badhā

  • ଦେ. ବି—(ସଂ. ବଧ) — (କୌଣସି ବ୍ୟକ୍ତିର) ବଧର ନିଦାନ — Occasion of one's death; cause of one's death by being killed
  • ଦେ. ବି—(ସଂ. ବଧ) — (ଯଥା—ସର୍କସ୍ ଖେଳାଳି ଯେଉଁ ସିଂହ ସଙ୍ଗେ ଖେଳ ଦେଖାଉଥିଲା ସେହି ସିଂହହିଁ ତାହାର ବଧା ହେଲା।)
  • ଦେ. ବି—(ସଂ. ବଧ) — ବଧ ହୋଇ ମରିବାର ଉପଯୁକ୍ତ କାଳ — Time of death by being killed
  • ଦେ. ବି—(ସଂ. ବଧ) — (ଯଥା—ବଣକୁ ଗଲେ ବାଘ ମୁହଁରେ କେତେ ଲୋକର ବଧା ପହଞ୍ଚିଯାଏ)
  • ଦେ. ବି—(ସଂ. ବଧ) — ଜୀବିତ କାଳ; ଆୟୁଃ — Lifetime; period of one's life
  • ଦେ. ବି—(ସଂ. ବଧ) — (ଯଥା—ସୁଗ୍ରୀବ ବାଳିକୁ ଡାକ ଦେଲା 'ତୁ ମୋ ସଙ୍ଗେ ଯୁଦ୍ଧ କରିବାକୁ ପ୍ରସ୍ତୁତ ହୋ। ତୋର ଆସି ବଧା ପୂରିଲାଣି'।)
  • ଦେ. ବି—(ସଂ. ବଧ) — [ଦ୍ର—'ବଧା' ଶବ୍ଦ ଦ୍ୱାରା ବଧଦ୍ୱାରା ମୃତ୍ୟୁ ଘଟିବାର ସୂଚନା ହୁଏ।]
  • ଦେ. ବି—(ସଂ. ବଧ) — ବାଘବଜାରି ଖେଳରେ ବାଘସାରକୁ ଚାଳିବା ପାଇଁ ଛେଳି—ସାର ବସାଇବା ପକ୍ଷର ଛାଡ଼ିଦେବା ଗୋଟିଏ ଘରା — A room left for the movement of the tiger-pawn in a game of Bāghabajāri
  • ଦେ. ବି—(ସଂ. ବଧ) — କଥାର ମଞ୍ଜି ବା ସନ୍ଧି — The crux of a matter
  • ଦେ. ବି—(ସଂ. ବଧ) — ଦୁଇ ଜଣଙ୍କ ମଧ୍ୟରେ ହେଉଥିବା କଥାରେ ଥିବା ପ୍ରଭେଦ — Difference between the sayings of two persons in a transaction
  • ଦେ. ବି—(ସଂ. ବଧ) — [ଦ୍ର—ବିକିଲାବାଲା ଖଣ୍ଡିଏ ଲୁଗାର ଦାମ ବାରଅଣା କହିଲା, କିଣିଲାବାଲା କହିଲା ଦଶଅଣା। ଅତଏବ ଏ ଦୁହିଙ୍କ କଥାରେ ଦୁଇ ଅଣାର 'ବଧା' ରହିଛି।]
  • ପ୍ରାଦେ. (ଗଡ଼ଜାତ) ବି — ହାତୀ ଖେଦାରେ ହାତୀଙ୍କୁ ଖେଦା ଆଡ଼କୁ ହୁରୁଡ଼ାଇବା ପାଇଁ ଲୋକମାନଙ୍କର ପଞ୍ଝା ପଞ୍ଝା ହୋଇ ଜଗିବା — Stationing of troops of beaters in an elephant cathing operation