ବଦର୍ Badar
- ବୈଦେ. ବି. (ହି.) (ଓଡ଼ିଶା ସେଟ୍ଲ୍ମେଣ୍ଟ୍ ବିଭାଗର ହିନ୍ଦୁସ୍ଥାନୀ କର୍ମଚାରୀଙ୍କ ଦ୍ୱାରା ଏ ଦେଶରେ ବ୍ୟବହୃତ ଅର୍ବାଚୀନ ଶବ୍ଦ; ଫା. ବଦର୍=ହିସାବପତ୍ର; ଇଂ. ବଦର୍=ବିରକ୍ତ କରିବା) — ଭୂସମ୍ପତ୍ତି ସମ୍ବନ୍ଧେ ପ୍ରତିଦ୍ୱନ୍ଦୀମାନଙ୍କ ମଧ୍ୟରେ ବିବାଦ ହେଲେ ସେଟ୍ଲ୍ମେଣ୍ଟ ହାକିମଙ୍କ ନିକଟରେ ପ୍ରଥମେ ଯେଉଁ ସରାସରି ମକଦମା ଦାଏର କରାଯାଏ — Preliminary summary dispute regarding a piece of land between 2 rival claimants before a Settlement Officer