ବଣି Baṇi
- ଦେ. ବି. (ସଂ. ନାମ ଅବଲକ୍ଷ) — ଭୂମିଚର ଗ୍ରାମ୍ୟ ପକ୍ଷିବିଶେଷ — The common myna; Acridotherus Tristis
- ଦେ. ବି. (ସଂ. ନାମ ଅବଲକ୍ଷ) — ଝିଣ୍ଟିକା ମାରି ବଣି ପୋଷିବା ନ୍ୟାୟ—ଢଗ।
- ଦେ. ବି. (ସଂ. ନାମ ଅବଲକ୍ଷ) — [ଦ୍ର—ଏହା ତେର ଚଉଦ ଆଙ୍ଗୁଳ ଦୀର୍ଘ; ମୁଣ୍ଡ ଓ ବେକ
- ଦେ. ବି. (ସଂ. ନାମ ଅବଲକ୍ଷ) — କଳା; ପେଟ ନାଲି ଖଇରା ବା ଶ୍ୱେତାଭ; ଆକ୍ଷି ତଳେ ଓ ପକ୍ଷ ଶେଷରେ ଧଳା ବା ନାଲି ବା ହଳଦିଆ ଦାଗ ଥାଏ; ଏମାନଙ୍କୁ ପୋଷିଲେ ଏମାନେ ମନୁଷ୍ୟ ପରି ଡାକ ଶିଖନ୍ତି। ଏମାନେ ଝିଣ୍ଟିକା ଓ ପୋକ ଜୋକ ଖାଇ ପ୍ରାଣଧାରଣ କରନ୍ତି। ଏମାନେ ସାରୀଜାତୀୟ; ସାରୀମାନେ ଜଙ୍ଗଲ ଓ ପାହାଡ଼ରେ ଥାଆନ୍ତି, କିନ୍ତୁ ଏମାନେ ଗ୍ରାମ ନିକଟସ୍ଥ ବୃକ୍ଷରେ ଓ କୋଠାର ଖୋପରେ କାଠିକୁଟାରେ ବସା ତିଆରି କରି ବାସ କରନ୍ତି। ଏକ ଜାତୀୟ ବଣିକୁ 'ରାଜବଣି' କୁହାଯାଏ। ଆଉ ଏକ ଜାତୀୟ ବଣିକୁ ଗୁହୁକାଳିକା ବା ଗୁହୁବଣି କହନ୍ତି; ଏହାକୁ ବଙ୍ଗଳାରେ ଗୁୟା ସାଲିକ ଓ ଇଂରାଜିରେ — The pied mynaକହନ୍ତି ଅନ୍ୟ ଏକପ୍ରକାର ବଣିକୁ ନାଲି ବଣି ବୋଲାଯାଏ; ଏହାକୁ ବଙ୍ଗଳାରେ ଗାଙ୍ଗସାଲିକ ଓ ଇଂରାଜିରେBank mynaକୁହାଯାଏ]
- ଦେ. ବି. (ସଂ. ନାମ ଅବଲକ୍ଷ) — ହେନ୍ତାଳ — Mangrove roots Avicennia Officinalis
- ଦେ. ବି. (ସଂ. ନାମ ଅବଲକ୍ଷ) — ସ୍ତ୍ରୀ ଲୋକଙ୍କୁ ଦିଆଯିବା ନାମ — A name given to females
- ଦେ. ବି. (ସଂ. ନାମ ଅବଲକ୍ଷ) — (ସଂ. ବନ) କ୍ଷୁଦ୍ର ବଣ—(ଯଥା—ତାଳ ବଣି) — A small custer of trees