ବଖାଣ Bakhāṇa
- ଦେ. ବି. (ସଂ. ବକ୍ଷ୍ୟମାଣ; ସଂ. ବ୍ୟାଖ୍ୟାନ; ପ୍ରା. ବକ୍ଖାଣ. ତୁଳ. ଫା. ବୟାନ) — କଥନ; କହିବା — Speaking; statement
- ଦେ. ବି. (ସଂ. ବକ୍ଷ୍ୟମାଣ; ସଂ. ବ୍ୟାଖ୍ୟାନ; ପ୍ରା. ବକ୍ଖାଣ. ତୁଳ. ଫା. ବୟାନ) — ଆଗ କରି ଏବେ କରୁଛି ବଖାଣ।—କୃଷ୍ଣସିଂହ. ମହାଭାରତ. ଆଦି।
- ଦେ. ବି. (ସଂ. ବକ୍ଷ୍ୟମାଣ; ସଂ. ବ୍ୟାଖ୍ୟାନ; ପ୍ରା. ବକ୍ଖାଣ. ତୁଳ. ଫା. ବୟାନ) — ବର୍ଣ୍ଣନ — Describing
- ବିଣ — ଉକ୍ତ; କଥିତ — Spoken
- ବିଣ — ତାହାଙ୍କ ଯେ ଅବା ଲକ୍ଷଣ ଛବିଶେ ହୋଇଛି ବଖାଣ। ଜଗନ୍ନାଥ. ଭାଗବତ।