ବଉଧ Baudha

  • ଦେ. ବି. (ନାମ) — ବୌଦ୍ଧରାଜ୍ୟ; ଓଡ଼ିଶାର ଗୋଟିଏ ଗଡ଼ଜାତ ରାଜ୍ୟ — Baudh; name of an Oriya State
  • ଦେ. ବି. (ନାମ) — [ଦ୍ର—ଏଠାରେ ଖ୍ରୀ 9 ମ ଶତାବ୍ଦୀରୁ ଦ୍ୱାଦଶ ଶତାବ୍ଦୀ ପର୍ଯ୍ୟନ୍ତ ବୌଦ୍ଧ ଧର୍ମ ପ୍ରଚଳିତ ଥିଲା—(ବିହାର ଓଡ଼ିଶାର ରିସର୍ଚ୍ଚ ସୋସାଇଟି ଜର୍ଣ୍ଣଲ)। ଏ ରାଜ୍ୟରେ ଖ୍ରୀ 9 ମ ଶତାବ୍ଦୀରେ ନିର୍ମିତ କେତେକ କାରୁକାର୍ଯ୍ୟବିଶିଷ୍ଟ ମନ୍ଦିର ଓ ଭୁବନେଶ୍ୱରର ପରଶୁରାମେଶ୍ୱରଙ୍କ ମନ୍ଦିର ପରି କେତେଗୋଟି ମନ୍ଦିର ଅଛି। ରାଜାଙ୍କ ସିଂହାଦ୍ୱାରର ବାହାରେ ଗୋଟିଏ ଖୁବ୍ ବଡ଼ ଆସନରେ ଆସୀନ ବୁଦ୍ଧ ମୂର୍ତ୍ତି ମଧ୍ୟ— ଅଛି। — [ଦ୍ର—ଏଠାରେ ଖ୍ରୀ9ମ ଶତାବ୍ଦୀରୁ ଦ୍ୱାଦଶ ଶତାବ୍ଦୀ ପର୍ଯ୍ୟନ୍ତ ବୌଦ୍ଧ ଧର୍ମ ପ୍ରଚଳିତ ଥିଲା—(ବିହାର ଓଡ଼ିଶାର ରିସର୍ଚ୍ଚ ସୋସାଇଟି ଜର୍ଣ୍ଣଲ) ଏ ରାଜ୍ୟରେ ଖ୍ରୀ9ମ ଶତାବ୍ଦୀରେ ନିର୍ମିତ କେତେକ କାରୁକାର୍ଯ୍ୟବିଶିଷ୍ଟ ମନ୍ଦିର ଓ ଭୁବନେଶ୍ୱରର ପରଶୁରାମେଶ୍ୱରଙ୍କ ମନ୍ଦିର ପରି କେତେଗୋଟି ମନ୍ଦିର ଅଛି ରାଜାଙ୍କ ସିଂହାଦ୍ୱାରର ବାହାରେ ଗୋଟିଏ ଖୁବ୍ ବଡ଼ ଆସନରେ ଆସୀନ ବୁଦ୍ଧ ମୂର୍ତ୍ତି ମଧ୍ୟ— ଅଛି
  • ଦେ. ବି. (ନାମ) — ପ୍ରଥମେ ଏ ରାଜ୍ୟ ସମ୍ବଲପୁର ଗଡ଼ଜାତ ଶ୍ରେଣୀ ମଧ୍ୟରେ ଥିଲା, ତତ୍ପରେ ଓଡ଼ିଶା ଗଡ଼ଜାତ ମଧ୍ୟରେ ଗଣ୍ୟ ହେଲା। ଏବେ ଏହା ଇଷ୍ଟର୍ଣ୍ଣ ଷ୍ଟେଟ୍ସ୍ ଏଜେନ୍ସୀର ଅନ୍ତର୍ଭୁକ୍ତ ଗୋଟିଏ ପ୍ରଥମ ଶ୍ରେଣୀର ରାଜ୍ୟ। ଏ ଆଦିମ ଅବସ୍ଥାରେ କନ୍ଧ ରାଜ୍ୟ ଥିଲା। ସହସ୍ରାଧିକ ବର୍ଷ ତଳେ ଜଣେ ବ୍ରାହ୍ମଣ ଏ ରାଜ୍ୟ ଅଧିକାର କରି ରାଜା ହୋଇଥିଲେ। ସେହି ବ୍ରାହ୍ମଣଙ୍କ ବଂଶର ବଂଶଧରମାନେ କେତେକାଳ ରାଜତ୍ୱ କରି ଥିବାର ଜଣାଯାଏ। ଏ ରାଜବଂଶୀୟମାନେ ଜଙ୍ଗଲ ଭାଙ୍ଗି ରାଜ୍ୟ ସ୍ଥାପନ କରି ଥିବାରୁ ଏମାନଙ୍କର 'ଭଞ୍ଜ' ଉପାଧି ହୋଇଅଛି। (କୃପାସିନ୍ଧୁ. ଉତ୍କଳ ଇତିହାସ)
  • ଦେ. ବି. (ନାମ) — ଏ ରାଜାମାନଙ୍କର ସନ୍ତନ 'ମୟୂର'; ଏମାନେ ସୂର୍ଯ୍ୟ ବଂଶୀୟ। (ଜଗବନ୍ଧୁ. ପ୍ରାଚୀନ ଉତ୍କଳ)।]
  • ଦେ. ବି. (ନାମ) — (ସଂ. ବାରିଦ) ଆକାଶରେ ଉଠାଇ ଥିବା ମେଘ ଖଣ୍ଡ — Cloud rising in the sky
  • ଦେ. ବି. (ନାମ) — ଅପାଳକ ଦେଶକୁ ବଉଦ ଖଣ୍ଡେ ଲକ୍ଷେ ଟଙ୍କା। ଢଗ।
  • ଦେ. ବି. (ନାମ) — (ସଂ. ବୌଦ୍ଧ) ବିଷ୍ଣୁଙ୍କର ନବମ ବା ବୌଦ୍ଧବତାର; କଳିଯୁଗରେ ବିଷ୍ଣୁଙ୍କର ପୁରୀଠାରେ ଜଗନ୍ନାଥ ରୂପରେ ଅବତାର — The 9th incarnation of Bishṇu (viz as Lord Jagannātha at Puri in Orissa)
  • ଦେ. ବି. (ନାମ) — ବଉଦ ବୁଦ୍ଧ ଅବତାରେ, ହରି ଜନ୍ମିଲେ ଏ ସଂସାରେ। ପ୍ରାଚୀ. ନିର୍ଗୁଣମାହାତ୍ମ। ଦକ୍ଷିଣ ସିନ୍ଧୁ ଉତ୍ତର ପାର୍ଶ୍ୱେ ଦେଶ ନୀଳଗିରି ବଉଧରୂପେ ଦାରୁବ୍ରହ୍ମ ଯହି ବିଜୟେ କରି। ପ୍ରାଚୀ. ପ୍ରତାପ. ଶଶିଶେଣା।