ବଇଞ୍ଚ Bain̄cha

  • ଦେ. ବି. (ସଂ. ବିକଙ୍କତ) — ଭଇଞ୍ଚି; କଣ୍ଟକଶାଖ ବନ୍ୟ କ୍ଷୁପ ବିଶେଷ — Flacourtia Cataphracta; Flacourtia Ramontchi; a thorny bush bearing edible berries
  • ଦେ. ବି. (ସଂ. ବିକଙ୍କତ) — ପୁନାଙ୍ଗ ଭଲ୍ଲାତକ ବଇଞ୍ଚି ଧାରଞ୍ଜ। କୃଷ୍ଣସିଂହ. ମହାଭାରତ ବନ।
  • ଦେ. ବି. (ସଂ. ବିକଙ୍କତ) — [ଦ୍ର—ଏହି ଗୁଳ୍ମ ଦାକ୍ଷିଣାତ୍ୟ, ଲଙ୍କା, ବିହାର, ଓଡ଼ିଶା ଓ ମଧ୍ୟପ୍ରଦେଶ ଅଞ୍ଚଳର ଜଙ୍ଗଲରେ ଜାତ ହୁଏ। ଏହାର କାଠ ଘନ ଓ ଦୃଢ଼; କଣ୍ଟା ଲମ୍ବ ଓ ମୋଟ। ଏହାର କୋଳି ପ୍ରଥମେ ରକ୍ତାଭ ହୁଏ; ପାଚିଲେ କୃଷ୍ଣବର୍ଣ୍ଣ ଓ ମିଠା ହୁଏ; ପାଚିଲା କୋଳି ମନୁଷ୍ୟମାନେ ଖାଆନ୍ତି। ଫୁଲ ହଳଦିଆ ଓ ଆପୀତ ଓ ଦଳହୀନ; ଶୀତକାଳରେ ଫୁଟେ। ଗଛ ଗ୍ରନ୍ଥିଳ। ଏହା ପଡ଼ିଆ ଓ କଙ୍କର ଭୂମିରେ ଜାତ ହୁଏ। ବୈଦ୍ୟକ ମତରେ ଏହା ବାତାଦି ଦୋଷନାଶକ। ପୂର୍ବକାଳରେ ଏ ଗଛର କାଠରେ ସ୍ରୂବ ତିଆରି କରାଯାଉ ଥିଲା।]
  • ପ୍ରାଦେ. (ବାଲେଶ୍ୱର) ବି — ବନଶି — Angling rod and line