ବଂଶୀ Baṁṡī

  • ସଂ. ବି. (ବଂଶ+ଈ; ଏହା ବାଉଁଶ ନଳରେ ତିଆରି ହେବାରୁ) — ବଇଁଶୀ; ମୁରଲୀ; ବେଣୁ — Flute; fife; pipe
  • ସଂ. ବି. (ବଂଶ+ଈ; ଏହା ବାଉଁଶ ନଳରେ ତିଆରି ହେବାରୁ) — [ଦ୍ର—ପୁରାଣରେ ବର୍ଣ୍ଣିତ ଅଛି ଯେ ଶ୍ରୀକୃଷ୍ଣଙ୍କର ବଂଶୀନାଦ ଶୁଣିଲେ କ୍ରମାନ୍ୱୟରେ ଉଚ୍ଚାଟନ, ସ୍ତମ୍ଭନ, ବଶୀକରଣ ଓ ମୋହନ ଏହି ଚାରି ଅବସ୍ଥା ଜାତ ହୁଏ। ଏହି ଅବସ୍ଥା ଅନୁସାରେ ଗୋପ— କନ୍ୟାମାନଙ୍କର ବିଭିନ୍ନ ଶ୍ରେଣୀ—ବିଭାଗ କରାହୋଇଅଛି। ଯଥା— ବେଦକନ୍ୟା, ଦେବକନ୍ୟା, ମୁନିକନ୍ୟା ଓ ବ୍ରଜକନ୍ୟା। ପ୍ରଥମ ବଂଶୀ ଉଚ୍ଚାଟନ, ପ୍ରକାଶ ବେଦକନ୍ୟାଗଣ। ସ୍ତମ୍ଭନନାଦେ ବଂଶୀ ଶୁଣି, ଉଦିତ ଦେବତା ନନ୍ଦିନୀ। ବଶୀକରଣ ନାଦ ବଂଶୀ, ତହୁଁ ସମ୍ଭୁତ ମୁନି ଅଂଶୀ। ମୋହନନାଦେ ଯେ ମୁରଲୀ, ତହୁଁ ବିଦିତ ବ୍ରଜବାଳୀ— ଭୂପତି. ପ୍ରେମପଞ୍ଚାମୃତ।
  • ସଂ. ବି. (ବଂଶ+ଈ; ଏହା ବାଉଁଶ ନଳରେ ତିଆରି ହେବାରୁ) — ବଂଶୀ ଦୁଇ ପ୍ରକାର; ଏକ ପ୍ରକାର ବଂଶୀର ଗୋଟିଏ ମୁଣ୍ଡର ରନ୍ଧ୍ରରେ ପୁଙ୍କିବାକୁ ହୁଏ ଓ ଅନ୍ୟ ବଂଶୀର ପାର୍ଶ୍ୱସ୍ଥ ଛିଦ୍ରକୁ ଓଠ ପାଖେ ସ୍ଫର୍ଶ କରି ସେ ରନ୍ଧ୍ରରେ ତୀର୍ଯ୍ୟକ୍ଭାବରେ ପୁଙ୍କିବାକୁ ହୁଏ।]
  • ସଂ. ବି. (ବଂଶ+ଈ; ଏହା ବାଉଁଶ ନଳରେ ତିଆରି ହେବାରୁ) — ବଂଶଲୋଚନ (ହ. ଶ) — Bamboo manna
  • ସଂ. ବି. (ବଂଶ+ଈ; ଏହା ବାଉଁଶ ନଳରେ ତିଆରି ହେବାରୁ) — 4 କର୍ଷ ପରିମାଣ ବିଶେଷ (ହି. ଶ.) — 4କର୍ଷ ପରିମାଣ ବିଶେଷ (ହି. ଶ.)— . A unit of weight of 4 karshas