ଫେରିବା Pheribā

  • ଦେ. କ୍ରି (ସଂ. ପ୍ରତ୍ୟାବର୍ତ୍ତନ) — ପ୍ରତ୍ୟାବର୍ତ୍ତନ କରିବା; ପ୍ରତ୍ୟାଗମନ କରିବା; ଲେଉଟିବା; ବାହୁଡ଼ିବା — To return
  • ଦେ. କ୍ରି (ସଂ. ପ୍ରତ୍ୟାବର୍ତ୍ତନ) — ଲେଉଟି ଆସିବା — To come back
  • ଦେ. କ୍ରି (ସଂ. ପ୍ରତ୍ୟାବର୍ତ୍ତନ) — ଲେଉଟି ଯିବା — To go back
  • ଦେ. କ୍ରି (ସଂ. ପ୍ରତ୍ୟାବର୍ତ୍ତନ) — ଇତସ୍ତତଃ ବୁଲିବା; ଭ୍ରମିବା; ଚାଲିବା — To walk; to rove; to roam; to travel
  • ଦେ. କ୍ରି (ସଂ. ପ୍ରତ୍ୟାବର୍ତ୍ତନ) — ସମୁଦ୍ରରେ ଅବା ହେ ପଶି ବୁଡ଼ି ମର ନୋହିଲେ ବା ଦଶଦିଗନ୍ତରେଟି ଫେର। କୃଷ୍ଣସିଂହ, ମହାଭାରତ ଆଦି।
  • ଦେ. କ୍ରି (ସଂ. ପ୍ରତ୍ୟାବର୍ତ୍ତନ) — ପରିବର୍ତ୍ତିତ ହେବା; ବଦଳିବା — To change
  • ଦେ. କ୍ରି (ସଂ. ପ୍ରତ୍ୟାବର୍ତ୍ତନ) — ସପୁତ୍ର ହେବେ ତୋ ପୁତ୍ର, ସତେ ଏ କର୍ମ ଫେରିବ ତୋର ଗୋ। କୃଷ୍ଣସିଂହ, ମହାଭାରତ ଆଦି।
  • ଦେ. କ୍ରି (ସଂ. ପ୍ରତ୍ୟାବର୍ତ୍ତନ) — ବିଫଳ ହୋଇ କୌଣସି ସ୍ଥାନରୁ ପ୍ରତ୍ୟାବର୍ତ୍ତନ କରିବା — To return from a place unsuccessful
  • ଦେ. କ୍ରି (ସଂ. ପ୍ରତ୍ୟାବର୍ତ୍ତନ) — ବିପରୀତ ଦିଗକୁ ଗତି କରିବା — To move in an opposite direction
  • ଦେ. କ୍ରି (ସଂ. ପ୍ରତ୍ୟାବର୍ତ୍ତନ) — (ଝାଡ଼ା) ଉତ୍ସର୍ଗ କରିବା; ତ୍ୟାଗ କରିବା — To emit; to pass (stools)
  • ଦେ. କ୍ରି (ସଂ. ପ୍ରତ୍ୟାବର୍ତ୍ତନ) — (ହୁକୁମ, ସୁନାମ) ଚାରିଆଡ଼େ ପ୍ରଚାରିତ ହେବା — (order; good name) To be published widely