ଫଲନା Phalanā
- ବୈଦେ. ସର୍ବ (ଫା. ଫଲାଁ) — ଅମୁକ — So and so
- ବୈଦେ. ସର୍ବ (ଫା. ଫଲାଁ) — ଅଲଣା ସିନା ସେ କାବ୍ୟ ନାହିଁ ଯହିଁ ଫଲଣାର ଭଟ୍ଟଙ୍କନ—ବିଜୁଳୀ
- ବିଣ (ଆ. ଫଲାନ୍=ଯୋନି) — ଅମୁକ — So and so
- ବିଣ (ଆ. ଫଲାନ୍=ଯୋନି) — ଯେବେ ଶୁଣିବେ ଫଲଣା ଜମିଦାର ହାତରେ ଢେର୍ ଟଙ୍କା ଅଛି ତକ୍ଷଣେ ବୁଝିଯିବେ ସେ ରୂପବାନ୍ ଗୁଣବାନ୍ xxx ଫକୀରମୋହନ, ଛମାଣଆଠଗୁଣ୍ଠ।
- ବିଣ (ଆ. ଫଲାନ୍=ଯୋନି) — [ଦ୍ର—କୌଣସି ବ୍ୟକ୍ତିର ନାମ ଉଲ୍ଲେଖ କରା ନ ଯାଇ ଏହି ଶବ୍ଦ ବ୍ୟବହୃତ ହୁଏ। ଅଦାତା ଓ କୃପଣ ବ୍ୟକ୍ତିଙ୍କ ନାମୋଚ୍ଚାରଣ କଲେ ଅମଙ୍ଗଳ ଘଟେ ବୋଲି କୌଣସି ଅଞ୍ଚଳର ପ୍ରସିଦ୍ଧ ଅଦାତାର ନାମ ଉଚ୍ଚାରଣ ନ କରି ଲୋକେ 'ଫଲଣା' ବାବୁ ବୋଲି କହିଲେ ସମସ୍ତେ ସେହି ବ୍ୟକ୍ତିକୁ ଠଉରାଇ ନିଅନ୍ତି।]
- ବିଣ (ଆ. ଫଲାନ୍=ଯୋନି) — ଅପ୍ରକାଶ୍ୟ (ବିଷୟ) — Unmentionable (matter)
- ବିଣ (ଆ. ଫଲାନ୍=ଯୋନି) — ଜଘନ୍ୟ (କଥା) — Dirty (matter)
- ବିଣ (ଆ. ଫଲାନ୍=ଯୋନି) — ଅଶ୍ଳୀଳ (ଶବ୍ଦ) — Indecent (word)