ଫଣଫଣା Phaṇa phaṇā

  • ଦେ. ବି—(ସଂ. ଶ୍ୟୋଣା; ଶ୍ୟୋଣାକ) — ଔଷଧିବୃକ୍ଷ— ବିଶେଷ — A medicinal plant; Colosanthes Indica; Oroxylum Indicum; Bignonia Indica
  • ଦେ. ବି—(ସଂ. ଶ୍ୟୋଣା; ଶ୍ୟୋଣାକ) — [ଦ୍ର—ପଟଳାଦି ବର୍ଗର ଛୋଟ ତରୁ; ଉଚ୍ଚରେ 20 ଫୁଟ ପର୍ଯ୍ୟନ୍ତ ବଢ଼େ; ପତ୍ର ଦ୍ୱିଧାପର୍ଣ୍ଣ ଓ 2/3 ହାତ ଲମ୍ବ । କାଠ ଲଘୁ । ଫୁଲ ବଡ଼ ବଡ଼ ମାଂସଳ ଓ ନାଲି ବାଇଗଣି ମିଶ୍ରିତ ବର୍ଣ୍ଣ । ଫୁଲର ଡେମ୍ଫ ଦୀର୍ଘ; 5 ଗୋଟି କେଶର । ଫଳ ଶିମ୍ବ ଛୁଇଁପରି କିନ୍ତୁ ବଡ଼; ଏହା 1 ହାତ 1.5 ହାତ ଲମ୍ବ ଓ 3/4 ଆଙ୍ଗୁଳ ଚଉଡ଼ା । ବୀଜରେ ପକ୍ଷ ଥାଏ।] — [ଦ୍ର—ପଟଳାଦି ବର୍ଗର ଛୋଟ ତରୁ; ଉଚ୍ଚରେ 20 ଫୁଟ ପର୍ଯ୍ୟନ୍ତ ବଢ଼େ; ପତ୍ର ଦ୍ୱିଧାପର୍ଣ୍ଣ ଓ2/3ହାତ ଲମ୍ବ କାଠ ଲଘୁ ଫୁଲ ବଡ଼ ବଡ଼ ମାଂସଳ ଓ ନାଲି ବାଇଗଣି ମିଶ୍ରିତ ବର୍ଣ୍ଣ ଫୁଲର ଡେମ୍ଫ ଦୀର୍ଘ;5ଗୋଟି କେଶର ଫଳ ଶିମ୍ବ ଛୁଇଁପରି କିନ୍ତୁ ବଡ଼; ଏହା1ହାତ1.5ହାତ ଲମ୍ବ ଓ3/4ଆଙ୍ଗୁଳ ଚଉଡ଼ା ବୀଜରେ ପକ୍ଷ ଥାଏ]
  • ଦେ. ବି—(ସଂ. ଶ୍ୟୋଣା; ଶ୍ୟୋଣାକ) — ବୈଦ୍ୟ ଶାସ୍ତ୍ର ମତରେ ଦଶମୂଳର ଏହା ଗୋଟିଏ ଉପାଦାନ । ଏହା କଷାୟ ତିକ୍ତ ରସ, କଟୁ ବିପାକ, ଶୀତବୀର୍ଯ୍ୟ, ଅଗ୍ନି ବର୍ଦ୍ଧକ, ତ୍ରିଦୋଷନାଶକ, ଧାରକ, ପୀତଶ୍ଳେଷ୍ମଜ ଅତିସାର ଓ ସନ୍ନିପାତ ଜ୍ୱର ନିବାରକ; ଏହାର କଞ୍ଚା ଫଳ କଷାୟ ମଧୁର ଓ କୃମି, କଫ, ବାୟୁ, ଗୁଳ୍ମ, ଅର୍ଶ ରୋଗରେ ଉପକାରକ; ପାଚିଲା ଫଳ ଗୁରୁପାକ ଓ ବାୟୁପ୍ରକୋପକ। ଏହାର ମଞ୍ଜି ବିରେଚକ; ଏ ଗଛ ପାହାଡ଼ତଳେ ଓ ନଈକୂଳରେ ବେଶି ଉଠେ ]