ଫକ ଫକ Phaka Phaka

  • ଦେ. (ଧ୍ୱନ୍ୟନୁକରଣ)—ଅ. — ଡେଇଁ ଡେଇଁ ଚାଲିବା ବା ନାଚିବା ପ୍ରକାରେ — In a jumping or frisking manner
  • ଦେ. (ଧ୍ୱନ୍ୟନୁକରଣ)—ଅ. — ବାଷ୍ପଚାଳିତ ଇଞ୍ଜିନ୍ର ନଳରୁ ବହୁ ପରିମାଣରେ ଧୁଆଁ ବାହାରିବା ପ୍ରକାରେ — Like smoke coming out of an engine in gushes
  • ଦେ. (ଧ୍ୱନ୍ୟନୁକରଣ)—ଅ. — [ଦ୍ର—ଫକ ଫକ ଓ ଫକର୍ ଫକର୍ ଅପେକ୍ଷା ଫୁକ୍ ଫୁକ୍, ଫୁକୁର୍(ରୁ) ଫୁକୁର୍(ରୁ) ଶବ୍ଦ ଡେଇଁବା ଜୀବର କ୍ଷୁଦ୍ରତା ସୂଚନା କରେ। ଯଥା, ମାଙ୍କଡ଼ ଗୁଡ଼ାକ ଗଛରୁ ଫକ ଫକ ଡେଇଁ ପଳେଇଲେ, ଗୁଣ୍ଡୁଚିମୂଷାଯାକ ଗଛ ଡାଳରୁ ଫୁକ୍ ଫୁକ୍ ଡେଇଁ ପଳେଇଲେ; ବଡ଼ ମନୁଷ୍ୟ ଫକ ଫକ ହୋଇ ଡେଉଁଛି, ଛୁଆପିଲାଟି ଫୁକୁର୍ ଫୁକୁର୍ ହୋଇ ଦଉଡ଼ୁଛି।]