ପ୍ଳବଗ Pḻabaga
- ସଂ. ବିଣ. (ପ୍ଳବ+ଗମ୍ ଧାତୁ+କର୍ତ୍ତୃ. ଅ) — ପ୍ଳୁତ ଗତିବିଶିଷ୍ଟ; ଯେ ଡେଇଁ ଡେଇଁ ଚାଲେ — Moving by leaps
- ବି. — ବାନର; ମାଙ୍କଡ଼ — Monkey
- ବି. — ଭେକ; ବେଙ୍ଗ — Frog
- ବି. — ହରିଣ — Deer
- ବି. — ସୂର୍ଯ୍ୟସାରଥି ଅରୁଣ — The charioteer of the Sun-god
- ବି. — ଜଳଚର ପକ୍ଷୀ — Water fowl
- ବି. — ସୂର୍ଯ୍ୟ — The sun
- ବି. — ପ୍ଳକ୍ଷ ବୃକ୍ଷ — The fig tree (Apte)
- ବି. — ଶିରିଷ ଗଛ — The Ṡirisha (tree) (Apte)