ପୋଶ୍ Poṡ

  • ବୈଦେ. ବି. — (ଫା. ପୋଶ୍= ଯହିଁରେ ପାଦ ଆଦି ସ୍ଥାପିତ ହୁଏ= ପାଦୁକା; ଅନ୍ୟ ଶବ୍ଦ ସଙ୍ଗେ ବ୍ୟବହୃତ; ଯଥା ପାଉଁପୋଶ୍)—କାଦୁଅ ବା ଧୂଳି ଲାଗିଥିବା ଜୋତା ବା ଗୋଡ଼ ତଳିପାକୁ ପୋଛିବା ନିମନ୍ତେ ବ୍ୟବହୃତ ଅଖାର ବା କତାର ଆସନ — A door-mat used as a brush or cushion for rubbing the soleson
  • ବୈଦେ. ବି. — (ଯଥା—ପାଁପୋଶ, ପାଉଁପୋଶ୍।)
  • ବୈଦେ. ବି. — (ଫା. ପୋଶ୍= ପରିଚ୍ଛଦ; ପୋଷାକ; ଅନ୍ୟ ଶବ୍ଦ ସଙ୍ଗେ ଲାଗେ ଯଥା—ଗରମ ପୋଶ୍; ଖୋର୍ପୋଶ୍)—ପୋଷାକ; ପରିଚ୍ଛଦ — Dress; raiment
  • ବୈଦେ. ବି. — [ଦ୍ର—ପରିଚ୍ଛଦ ଅର୍ଥରେ ପୋଶ୍ ଶବ୍ଦ ଫାରସୀ ଭାଷାରୁ ଆସି ନାହିଁ; ଏ ଶବ୍ଦ ଭାରତ ବର୍ଷରେ ପ୍ରଥମେ ବ୍ୟବହୃତ ହୋଇ ପରେ ଫରାସୀ ଭାଷାରେ ଚଳିଅଛି। ହି. ଶ.]