ପେଡ଼ା Peṟḍ̠ā

  • ସଂ. ବି. ସ୍ତ୍ରୀ (ପିଟ୍ ଧାତୁ=ଏକତ୍ରିତ କରିବା+ଅ+ସ୍ତ୍ରୀ. ଆ) — ପେଟରା; ବାକ୍ସ — Box; basket with a lid; a portmanteau
  • ସଂ. ବି. ସ୍ତ୍ରୀ (ପିଟ୍ ଧାତୁ=ଏକତ୍ରିତ କରିବା+ଅ+ସ୍ତ୍ରୀ. ଆ) — ମଇଁଷି ଛୁଆ — The young of a buffalo
  • ସଂ. ବି. ସ୍ତ୍ରୀ (ପିଟ୍ ଧାତୁ=ଏକତ୍ରିତ କରିବା+ଅ+ସ୍ତ୍ରୀ. ଆ) — ଆରୋପଣ — Imposition
  • ଦେ. ବି. (ସଂ. ପିଣ୍ଡ; ପେଟିକା) — ଏକ ପ୍ରକାର ମିଷ୍ଟାନ୍ନ; ଦୁଧକୁ ନିଆଁରେ ଖୁବ୍ ଗାଢ଼ା କରି ଆଉଟି ତହିଁରେ ଚିନି ଆଦି ଦେଇ ପେଡ଼ି ଆକାରରେ କରାଯିବା ମିଷ୍ଟାନ୍ନ — A sweetmeat made of thickened milk and sugar
  • ଦେ. ବି. (ସଂ. ପିଣ୍ଡ; ପେଟିକା) — (ସଂ. ପୀଡ଼୍ ଧାତୁ)—ଆଖୁ ପେଡ଼ିବା ଘଣା — Sugar-mill
  • ଦେ. ବି. (ସଂ. ପିଣ୍ଡ; ପେଟିକା) — ହଳଦୀ ଆଦି ଲମ୍ବ ବସ୍ତୁର ଖଣ୍ଡ — Long pieces of turmeric etc
  • ଦେ. ବି. (ସଂ. ପିଣ୍ଡ; ପେଟିକା) — (ସଂ. ପୀଡ଼ନ)—ପେଡ଼ିବା କ୍ରିୟା — The act of squeezing or pressing
  • ବିଣ — ଘଣାରେ ପେଷା ହୋଇଥିବା — Squeezed or pressed in a mill