ପେଶବା Peṡabā
- ବୈଦେ. ବି. (ଫା. ପେଶବା=ନେତା) — ମହାରାଷ୍ଟୀୟ ସେନାପତି ବା ନାୟକ — A commander-in-chief or leaderof the Marhattas
- ବୈଦେ. ବି. (ଫା. ପେଶବା=ନେତା) — ପୁରୋହିତ — Priest
- ବୈଦେ. ବି. (ଫା. ପେଶବା=ନେତା) — ମହାରାଷ୍ଟ୍ର ସାମ୍ରାଜ୍ୟରେ ପ୍ରଧାନ ମନ୍ତ୍ରୀଙ୍କ ଉପାଧି — The title of the prime minister of the Marhatta kingdom; peishwa
- ବୈଦେ. ବି. (ଫା. ପେଶବା=ନେତା) — [ଦ୍ର— ଶିବାଜୀଙ୍କ ମୃତ୍ୟୁ ପରେ ଖ୍ରୀଷ୍ଟୀୟ ଅଷ୍ଟାଦଶ ଶତାବ୍ଦୀର ଆଦ୍ୟଭାଗରେ ସତାରାରେ ରାଜତ୍ୱ କରୁଥିବା ଶିବାଜୀଙ୍କ ବଂଶଧରମାନଙ୍କ ନାମରେ ଶାସିତ ମରହଟ୍ଟା ରାଜ୍ୟ 8 ଜଣ ପ୍ରଧାନ ବା ମନ୍ତ୍ରୀଙ୍କ ପରାମର୍ଶରେ ଚାଳିତ ହେଉଥିଲା। ଏ ଆଠଜଣଙ୍କ ମଧ୍ୟରେ ମୁଖ୍ୟ— ପ୍ରଧାନ ବା ପ୍ରଧାନମନ୍ତ୍ରୀଙ୍କର 'ପେଶୱା' ଉପାଧି ଥିଲା ଓ କାଳକ୍ରମେ ଏ ଉପାଧି ଓ ରାଜକର୍ମ ବଂଶଗତ ହେଲା। ପେଶୱାମାନଙ୍କ ରାଜଧାନୀ ପୁନାରେ ଥିଲା। କୋଙ୍କଣ ଦେଶବାସୀ ଜଣେ ମରହଟ୍ଟୀ ବ୍ରାହ୍ମଣ ବାଲାଜୀ ବିଶ୍ୱନାଥ ପ୍ରଥମେ ପେଶୱା ହେଲେ (ଖ୍ରୀ. 1710-1720) । ଏ ମୋଗଲ ବାଦସାହାଙ୍କ ସଙ୍ଗେ ସନ୍ଧି କରି ଦାକ୍ଷିଣାତ୍ୟର 6 ଟି ସୁବାରୁ ଚଉଥ ଆଦାୟ କରିବାର, ପୁନାରେ ସ୍ୱାଧୀନ ରାଜ୍ୟ କରିବାର ଓ ଏହି ରାଜଗୀ ତାଙ୍କର ବଂଶାନୁଗତ ହେବାର ବ୍ୟବସ୍ଥା କରାଇ ନେଲେ। ବାଲାଜୀଙ୍କ ପୁ୍ଅ ବାଜି ରାଓ ପିତାଙ୍କ ଅନ୍ତେ ପେଶୱା ହେଲେ (ଖ୍ରୀ. 1720-1740 । ଏ ମୋଗଲମାନଙ୍କଠାରୁ ମାଲବଆଦି ଗୁଡ଼ିଏ ରାଜ୍ୟ ଜୟ କଲେ ଓ ପର୍ଟୁଗୀଜ୍ମାନଙ୍କଠାରୁ ବେସୀନ୍ ଜୟ କଲେ। ତାଙ୍କ ପୁଅ ବାଲାଜୀ ବାଜୀ ରାଓ ପେଶୱା ହେଲେ (ଖ୍ରୀ. 1740-1761 )। ଏହାଙ୍କ ଅମଳରେ ବରୋଦାରେ ଗାଇକୱାଡ଼, ବେରାରରେ ଭୋଁସଲା ମରହଟ୍ଟା ରାଜ୍ୟମାନ ସ୍ଥାପିତ ହେଲା। 1749 ରେ ସତାରାର ମରହଟ୍ଟା ରାଜା ସାହୁ ନିଜର ଉଇଲ୍ ଦ୍ୱାରା ବାଲାଜୀ ବାଜି ରାଓଙ୍କୁ ସମସ୍ତ ମରହଟ୍ଟା ରାଜ୍ୟର ରାଜା ମନୋନୀତ କଲେ। ସେହି ଦିନଠାରୁ ପେଶୱାମାନେ ସ୍ୱାଧୀନ ମରହଟ୍ଟା ରାଜା ହେଲେ ଓ ପୁନା ତାଙ୍କର ରାଜଧାନୀ ହେଲା। ଏହାଙ୍କ ସୈନ୍ୟମାନେ 3 ୟ ପାଣିପଥ ଯୁଦ୍ଧରେ ଆଫଗାନିସ୍ତାନର ରାଜାଙ୍କ ଦ୍ୱାରା 1761 ଖ୍ରୀଷ୍ଟାବ୍ଦରେ ପରାସ୍ତ ହେଲେ ଏବଂ ଏହି ଦୁଃଖରେ ବାଲାଜୀ ବାଜି ରାଓ ମଲେ। ଏହାଙ୍କ ପରେ ଏହାଙ୍କ ପୁଅ ମଧୁରାଓ ପେଶୱା ହେଲେ (ଖ୍ରୀ. 1761-1772 )। ତାଙ୍କ ପରେ ତାଙ୍କ ଭାଇ ନାରାୟଣ ରାଓ ପେଶୱା ହେଲେ ( 1772-73 ) ଓ ପ୍ରାଣଘାତକ ହସ୍ତରେ ତାଙ୍କର ପ୍ରାଣ ଯିବାରୁ ନାରାୟଣଙ୍କ ପୁତ୍ର ମଧୁରାଓ ନାରାୟଣ ଓ ରାଘୋବା ନାମକ ଜଣେ ପ୍ରତିଦ୍ୱନ୍ଦ୍ୱୀ ସଙ୍ଗେ ସିଂହାସନ ଯୋଗୁଁ କଳି ହେଲା। ଇଂରାଜମାନେ ରାଘୋବାଙ୍କ ପକ୍ଷ ସମର୍ଥନ କଲେ ଓ ପରେ ତାଙ୍କୁ ମଧୁରାଓ ନାରାୟଣ ନାବାଲଗଙ୍କର ମହାଫିସ୍ କଲେ। ମଧୁରାଓ ନାରାୟଣ 1795 ରେ ଆତ୍ମହତ୍ୟା କଲେ। ତା ପରେ ରାଘୋବାଙ୍କ ପୁଅ 2 ୟ ବାଜି ରାଓ ପେଶୱା ହେଲେ। ଏ ଇଂରେଜମାନଙ୍କ ସଙ୍ଗେ ଖ୍ରୀ. 1802 ରେ ବେସିନ୍ରେ ସନ୍ଧିପତ୍ର ସ୍ୱାକ୍ଷର କଲେ ଏବଂ 1817 ରେ ଇଂରେଜଙ୍କ ସଙ୍ଗେ ପୁନାରେ ସନ୍ଧି କରି ସମସ୍ତ କ୍ଷମତା ଇଂରେଜଙ୍କୁ ଅର୍ପଣ କଲେ ଓ ଇଂରେଜଙ୍କଠାରୁ ପେନ୍ସନ୍ ପାଇ ବିଠୁର୍ରେ ରହିଲେ ଏବଂ ତାଙ୍କ ରାଜ୍ୟ ଇଂରାଜଙ୍କ ବମ୍ବେ ପ୍ରେସିଡେନ୍ସିର ଅନ୍ତର୍ଭୁକ୍ତ ହେଲା—ପ୍ରୋଥେରୋ ସାହେବଙ୍କ ଇଂରାଜି ଭାରତ ଇତିହାସ।] — [ଦ୍ର— ଶିବାଜୀଙ୍କ ମୃତ୍ୟୁ ପରେ ଖ୍ରୀଷ୍ଟୀୟ ଅଷ୍ଟାଦଶ ଶତାବ୍ଦୀର ଆଦ୍ୟଭାଗରେ ସତାରାରେ ରାଜତ୍ୱ କରୁଥିବା ଶିବାଜୀଙ୍କ ବଂଶଧରମାନଙ୍କ ନାମରେ ଶାସିତ ମରହଟ୍ଟା ରାଜ୍ୟ8ଜଣ ପ୍ରଧାନ ବା ମନ୍ତ୍ରୀଙ୍କ ପରାମର୍ଶରେ ଚାଳିତ ହେଉଥିଲା ଏ ଆଠଜଣଙ୍କ ମଧ୍ୟରେ ମୁଖ୍ୟ— ପ୍ରଧାନ ବା ପ୍ରଧାନମନ୍ତ୍ରୀଙ୍କର 'ପେଶୱା' ଉପାଧି ଥିଲା ଓ କାଳକ୍ରମେ ଏ ଉପାଧି ଓ ରାଜକର୍ମ ବଂଶଗତ ହେଲା ପେଶୱାମାନଙ୍କ ରାଜଧାନୀ ପୁନାରେ ଥିଲା କୋଙ୍କଣ ଦେଶବାସୀ ଜଣେ ମରହଟ୍ଟୀ ବ୍ରାହ୍ମଣ ବାଲାଜୀ ବିଶ୍ୱନାଥ ପ୍ରଥମେ ପେଶୱା ହେଲେ (ଖ୍ରୀ.1710-1720) ଏ ମୋଗଲ ବାଦସାହାଙ୍କ ସଙ୍ଗେ ସନ୍ଧି କରି ଦାକ୍ଷିଣାତ୍ୟର6ଟି ସୁବାରୁ ଚଉଥ ଆଦାୟ କରିବାର, ପୁନାରେ ସ୍ୱାଧୀନ ରାଜ୍ୟ କରିବାର ଓ ଏହି ରାଜଗୀ ତାଙ୍କର ବଂଶାନୁଗତ ହେବାର ବ୍ୟବସ୍ଥା କରାଇ ନେଲେ ବାଲାଜୀଙ୍କ ପୁ୍ଅ ବାଜି ରାଓ ପିତାଙ୍କ ଅନ୍ତେ ପେଶୱା ହେଲେ (ଖ୍ରୀ.1720-1740 ଏ ମୋଗଲମାନଙ୍କଠାରୁ ମାଲବଆଦି ଗୁଡ଼ିଏ ରାଜ୍ୟ ଜୟ କଲେ ଓ ପର୍ଟୁଗୀଜ୍ମାନଙ୍କଠାରୁ ବେସୀନ୍ ଜୟ କଲେ ତାଙ୍କ ପୁଅ ବାଲାଜୀ ବାଜୀ ରାଓ ପେଶୱା ହେଲେ (ଖ୍ରୀ.1740-1761) ଏହାଙ୍କ ଅମଳରେ ବରୋଦାରେ ଗାଇକୱାଡ଼, ବେରାରରେ ଭୋଁସଲା ମରହଟ୍ଟା ରାଜ୍ୟମାନ ସ୍ଥାପିତ ହେଲା1749ରେ ସତାରାର ମରହଟ୍ଟା ରାଜା ସାହୁ ନିଜର ଉଇଲ୍ ଦ୍ୱାରା ବାଲାଜୀ ବାଜି ରାଓଙ୍କୁ ସମସ୍ତ ମରହଟ୍ଟା ରାଜ୍ୟର ରାଜା ମନୋନୀତ କଲେ ସେହି ଦିନଠାରୁ ପେଶୱାମାନେ ସ୍ୱାଧୀନ ମରହଟ୍ଟା ରାଜା ହେଲେ ଓ ପୁନା ତାଙ୍କର ରାଜଧାନୀ ହେଲା ଏହାଙ୍କ ସୈନ୍ୟମାନେ3ୟ ପାଣିପଥ ଯୁଦ୍ଧରେ ଆଫଗାନିସ୍ତାନର ରାଜାଙ୍କ ଦ୍ୱାରା1761ଖ୍ରୀଷ୍ଟାବ୍ଦରେ ପରାସ୍ତ ହେଲେ ଏବଂ ଏହି ଦୁଃଖରେ ବାଲାଜୀ ବାଜି ରାଓ ମଲେ ଏହାଙ୍କ ପରେ ଏହାଙ୍କ ପୁଅ ମଧୁରାଓ ପେଶୱା ହେଲେ (ଖ୍ରୀ.1761-1772) ତାଙ୍କ ପରେ ତାଙ୍କ ଭାଇ ନାରାୟଣ ରାଓ ପେଶୱା ହେଲେ (1772-73) ଓ ପ୍ରାଣଘାତକ ହସ୍ତରେ ତାଙ୍କର ପ୍ରାଣ ଯିବାରୁ ନାରାୟଣଙ୍କ ପୁତ୍ର ମଧୁରାଓ ନାରାୟଣ ଓ ରାଘୋବା ନାମକ ଜଣେ ପ୍ରତିଦ୍ୱନ୍ଦ୍ୱୀ ସଙ୍ଗେ ସିଂହାସନ ଯୋଗୁଁ କଳି ହେଲା ଇଂରାଜମାନେ ରାଘୋବାଙ୍କ ପକ୍ଷ ସମର୍ଥନ କଲେ ଓ ପରେ ତାଙ୍କୁ ମଧୁରାଓ ନାରାୟଣ ନାବାଲଗଙ୍କର ମହାଫିସ୍ କଲେ ମଧୁରାଓ ନାରାୟଣ1795ରେ ଆତ୍ମହତ୍ୟା କଲେ ତା ପରେ ରାଘୋବାଙ୍କ ପୁଅ2ୟ ବାଜି ରାଓ ପେଶୱା ହେଲେ ଏ ଇଂରେଜମାନଙ୍କ ସଙ୍ଗେ ଖ୍ରୀ.1802ରେ ବେସିନ୍ରେ ସନ୍ଧିପତ୍ର ସ୍ୱାକ୍ଷର କଲେ ଏବଂ1817ରେ ଇଂରେଜଙ୍କ ସଙ୍ଗେ ପୁନାରେ ସନ୍ଧି କରି ସମସ୍ତ କ୍ଷମତା ଇଂରେଜଙ୍କୁ ଅର୍ପଣ କଲେ ଓ ଇଂରେଜଙ୍କଠାରୁ ପେନ୍ସନ୍ ପାଇ ବିଠୁର୍ରେ ରହିଲେ ଏବଂ ତାଙ୍କ ରାଜ୍ୟ ଇଂରାଜଙ୍କ ବମ୍ବେ ପ୍ରେସିଡେନ୍ସିର ଅନ୍ତର୍ଭୁକ୍ତ ହେଲା—ପ୍ରୋଥେରୋ ସାହେବଙ୍କ ଇଂରାଜି ଭାରତ ଇତିହାସ]