ପେଟି Peṭi

  • ଦେ. ବି — ପେଟରେ ବନ୍ଧାଯିବା ମେଖଳା; କମରବନ୍ଧ — A belt
  • ଦେ. ବି — ପୋଷା ଗୋବରା ଚଢ଼େଇଙ୍କ ଲାହି ପାଖେ ପେଟରେ ବନ୍ଧା ଥିବା, ଅଗରେ ଫୁଲି ବା କଉଡ଼ି ଲାଗିଥିବା ସୁତୁଲି — A string tied round the belly of a Gobarā bird
  • ଦେ. ବି — ଘୋଡ଼ାଙ୍କ ପିଠି ଉପରେ ପଡ଼ିଥିବା ଜିନ୍ ବା ଚାରିଜାମାର ଦୁଇ ପାଖକୁ ଘୋଡ଼ାର ପେଟ ବାଟେ ଯେଉଁ ଫିତାଦ୍ୱାରା ବନ୍ଧା ଯାଏ — Strap which keeps the saddle tight on the back of a horse
  • ଦେ. ବି — ବାକ୍ସ, ଖଟ ଆଦିର ମଧ୍ୟ ଭାଗରେ ଚଉଡ଼ା ବାଗରେ ଲଗାଯିବା କାଠ ବା ଧାତୁର ଲମ୍ବା ପତ୍ର ବା ପଟି — A small bar of metal or wood laid crosswise in the frame of a bedstead or box; a cross bar
  • ଦେ. ବି — ଚିଲିକାରେ ମିଳୁଥିବା ଏକ ପ୍ରକାର ଚିଙ୍ଗୁଡ଼ି ମାଛ — A kind of shrimps found in the Chilka lake
  • ଦେ. ବି — ବଡ଼ ମାଛର ପେଟ ଭାଗ — The belly portion of a fish
  • ଦେ. ବି — [ଦ୍ର—ବଡ଼ ମାଛର ପେଟରେ କଣ୍ଟା ନ ଥିବାରୁ ଓ ତାହା ମାଂସଳ ଥିବାରୁ ତାହା ଲୋକେ ଭାଜି କରି ଖାଇବାକୁ ପସନ୍ଦ କରନ୍ତି।]
  • ଦେ. ବି — ଭଣ୍ଡାରିର ମୁଠୀ; ଯେଉଁ ଥଳୀରେ ଭଣ୍ଡାରି ଖୁର, କତୁରି, ନହୁରୁଣୀ ଆଦି ରଖେ — A barber's wallet
  • ପ୍ରାଦେ (ଗଞ୍ଜାମ) ବି — ପେଟ — Stomach
  • ବୈଦେ. ବିଣ (ଇଂ. ପେଟ୍ଟୀ) — କ୍ଷୁଦ୍ର; ଛୋଟ — Small; petty
  • ବୈଦେ. ବିଣ (ଇଂ. ପେଟ୍ଟୀ) — (ଯଥା—ପେଟି କାନ୍ତରାଟି।)
  • ବୈଦେ. ବିଣ (ଇଂ. ପେଟ୍ଟୀ) — ପ୍ରଜାର ଅଧୀନ (ପ୍ରଜା); ସିକିମୀ ରଇତ — Subordinate holding; an under-tenure