ପିନ୍ଧା Pindhā
- ଦେ. ବି. (ସଂ. ପିଧାନ; ପରିଧାନ) — (ବସ୍ତ୍ର ଅଳଙ୍କାର ଆଦି) ପରିଧାନ କରିବା କର୍ମ — Wearing; dressing
- ଦେ. ବି. (ସଂ. ପିଧାନ; ପରିଧାନ) — ପୋଷାକ; ପରିଧେୟ ବସ୍ତ୍ର; ପହରଣ — Cloth; dress
- ଦେ. ବି. (ସଂ. ପିଧାନ; ପରିଧାନ) — ମୁଖବାସକୁ ଦେଲେ ଗୁଆ, ଦିବ୍ୟ ପତନୀ ପିନ୍ଧା ନୂଆ। ଭୂପତି. ପ୍ରେମପଞ୍ଚାମୃତ।
- ଦେ. ବି. (ସଂ. ପିଧାନ; ପରିଧାନ) — ଅଣ୍ଟାଠାରୁ ତଳକୁ ଯେଉଁ ଲୁଗା ପିନ୍ଧା ଯାଏ; ଅଧୋବାସ; ଧୋତି — Cloth worn round the waist ; lower garment; loin cloth
- ଦେ. ବି. (ସଂ. ପିଧାନ; ପରିଧାନ) — ପିନ୍ଧାଯିବା ଲୁଗାର ଆଗ ପାଖ ଫେର — The plaited portion of the dhoti laid over the front of the waist-band. (Howells)
- ଦେ. ବିଣ — ପରିହିତ; ପରିଧାନ କରାଯାଇଥିବା — Worn