ପଲ Pala

  • ଦେ .ବି (ସଂ .ଦଳ) — ଏକଜାତୀୟ ଜୀବଙ୍କ ସମୂହ — A herd of animals
  • ଦେ .ବି (ସଂ .ଦଳ) — ମହିଷାଳେ ଯହିଁ ନିର୍ଜନେ ଚରାନ୍ତି ମହିଷ-ପଲ—ରାଧାନାଥ, ଊଷା।
  • ଦେ .ବି (ସଂ .ଦଳ) — ଦଳ; ପଞ୍ଝା — Crowd; flock
  • ଦେ .ବି (ସଂ .ଦଳ) — ପଶୁଙ୍କ ଦଳ — A herd of beasts
  • ଦେ .ବି (ସଂ .ଦଳ) — [ଦ୍ର—ଭିନ୍ନଭିନ୍ନ ଜାତୀୟ ଜୀବଙ୍କ ପଲକୁ ଭିନ୍ନଭିନ୍ନ ନାମରେ ଡକାଯାଏ—ଚଢ଼େଇ, କୁକୁର, ମାଙ୍କଡ଼, ଗୋରୁ, ଛେଳି, ହରିଣ, ମହିଷଙ୍କ ପଲ। ବାଛୁରୀ, ଗୋରୁ, ମହିଷଙ୍କ ଗୋଠ। ମନୁଷ୍ୟ ଘୁଷୁରୀଙ୍କ ପଲ ବା ସାହଣ ବା ଫଉଦ। ଯାତ୍ରୀ, ନାଟବାଲାଙ୍କ ଦଳ, ପଞ୍ଝା ବା ମେଳ। ଯାତ୍ରୀ ବା ମାଛଙ୍କ ସାହଣ ବା ଖେଦା। ମାଛ ଜାଆଁଳଙ୍କ ମନ୍ଦା। ପିଲାଙ୍କ ଖାଉଡ଼, ଗୋଠ। କୁମ୍ଭୀର, ସାପ, ବାବାଜୀଙ୍କ ମେଳ, ଭେଳା, ମେଳା। ଜନ୍ଦା, ପିମ୍ପୁଡି ଓ ତେଲୁଣୀ ପୋକ ଆଦି କ୍ଷୁଦ୍ର କ୍ଷୁଦ୍ର ଜୀବଙ୍କ ମଳା, ମନ୍ଦା। ]
  • ଦେ .ବି (ସଂ .ଦଳ) — ସମୂହ — Multitude
  • ଦେ .ବି (ସଂ .ଦଳ) — ଶଲଭ ପରି ଅଶ୍ୱତ୍ଥାମା ଶରପଲ ବାହାରିଲେ ମାରିବା ପାଇଁ ଯୋଦ୍ଧା ଭଲ— କୃଷ୍ଣସିଂହ, ମହାଭାରତ, ଦ୍ରୋଣ।