ପରଦା Paradā

  • ବୈଦେ. ବି. (ଫା. ପର୍ଦା) — ଭିତରର କଥା ବାହାରକୁ ଦେଖା ନ ଯିବା ପାଇଁ ଲୁଗା ଆଦିର ଯେଉଁ ଖଣ୍ଡ ଲଟକାଇ ଦିଆ ଯାଇ ଥାଏ; ଯବନିକା; ପଟ — Screen; curtain
  • ବୈଦେ. ବି. (ଫା. ପର୍ଦା) — ଆବରଣ; ଘଟାଟପ — Cover; covering
  • ବୈଦେ. ବି. (ଫା. ପର୍ଦା) — ଗୁପ୍ତତା — Secrecy; privacy
  • ବୈଦେ. ବି. (ଫା. ପର୍ଦା) — ଅନ୍ତଃପୁର; ଅବରୋଧ — Seraglio; female apartments
  • ବୈଦେ. ବି. (ଫା. ପର୍ଦା) — [ଦ୍ର—ଏ ଶବ୍ଦ ଇଂରାଜି ଭାଷାରେ ମଧ୍ୟ ଚଳିଲାଣି।]
  • ବୈଦେ. ବି. (ଫା. ପର୍ଦା) — ମହତ; ଇଜ୍ଜତ୍ — Ijjat; position; decency; honour
  • ବୈଦେ. ବି. (ଫା. ପର୍ଦା) — ସୀତାରର ବିଭିନ୍ନ ସ୍ୱର ପ୍ରକାଶକ ଲୁହା ବା ପିତଳର ଆଡ଼—କାଠି ବା ଘାଟି — Cross-pieces of a guitar
  • ବୈଦେ. ବି. (ଫା. ପର୍ଦା) — ବ୍ୟବଧାନ; ବାଡ଼ — Fencing; partition
  • ବୈଦେ. ବି. (ଫା. ପର୍ଦା) — ଲଜ୍ଜା — Shame; modesty
  • ବୈଦେ. ବି. (ଫା. ପର୍ଦା) — ସ୍ତ୍ରୀମାନଙ୍କର ଅନ୍ତଃପୁରରେ ଅବରୁଦ୍ଧ ରହିବା ପ୍ରଥା; ଅବରୋଧ ପ୍ରଥା; ସ୍ତ୍ରୀମାନେ ପ୍ରକାଶ୍ୟ ଭାବରେ ଦାଣ୍ଡକୁ ନ ବାହାରିବା ପ୍ରଥା — The system or custom of females being confined to the inner apartments of the house and not coming out to public view
  • ବୈଦେ. ବି. (ଫା. ପର୍ଦା) — ପରସ୍ତ; ପରତ; ସ୍ତର — Layer
  • ବୈଦେ. ବି. (ଫା. ପର୍ଦା) — କାନ ଭିତରେ ଓ ଆଖିର ଡୋଳା ଉପରେ ଥିବା ଖୁବ୍ ସୂକ୍ଷ୍ମ ଚର୍ମ; ଝିଲ୍ଲୀ — Membrane