ପରଙ୍ଗ Paraṅga
- ଦେ. ବି. (ନାମ) — ପୁରୀଜିଲା ଖୋର୍ଦ୍ଧା ସବ୍ଡିଭିଜନର ପ୍ରସ୍ତରମୟ ବା ଟାଙ୍ଗି ଅଞ୍ଚଳ — The general name of the high lands of Khurdhā Subdivision which are of a high level and watered by springs and produce good paddy crop every year
- ଦେ. ବି. (ନାମ) — [ଦ୍ର—ଏ ଅଞ୍ଚଳ ନିର୍ଝରବହୁଳ ଥିବାରୁ ଏଥିରେ କ୍ଷେତ୍ରମାନଙ୍କରେ ଝର ପାଣି ମାଡ଼େ ଓ ଭଲ ଧାନ ଫସଲ ହୁଏ; ବେଶି ବର୍ଷା ହେଲେ ଏ ସ୍ଥାନ ଉଚ୍ଚ ଥିବାରୁ ପାଣି ଜମା ହୋଇ ରହେ ନାହିଁ। ଅତଏବ ଏ ଅଞ୍ଚଳକୁ ଧୋଇ ବା ମରୁଡ଼ି ବାଧେ ନାହିଁ।]