ପଣସ Paṇasa
- ଦେ. ବି. (ସଂ. ପନସ; ପ୍ରା. ପଣମ) — ବୃହତ୍ କଣ୍ଟକାଚ୍ଛାଦିତ ଖାଦ୍ୟ ଫଳ ଓ ତହିଁର ଅକଣ୍ଟକ ଗଛ — Jack fruit; Autocarpus Integrifolius
- ଦେ. ବି. (ସଂ. ପନସ; ପ୍ରା. ପଣମ) — [ଦ୍ର— ଏହା କଞ୍ଚା ବେଳେ ତରକାରୀ ହୁଏ। ପାଚିଲେ ଏଥିର ଫୁଟରୁ ମଞ୍ଜିକୁ କାଢ଼ି ପକାଇ ଖୋସା ଖିଆଯାଏ ଓ ମଞ୍ଜିକୁ ତରକାରୀ କରି ଖିଆ ଯାଏ। ଏଥିର କାଠ ହଳଦିଆ ଓ ଗଣ୍ଠିଆ। କସି ପଣସକୁ ପଣସ କଠା ବୋଲାଯାଏ।]
- ସଂ. ବି — କ୍ରୟ ବିକ୍ରୟର ବସ୍ତୁ; ପଣ୍ୟ ଦ୍ରବ୍ୟ; ସଉଦା (ହି. ଶ) — Commodity; merchandise