ପଠା Paṭhā

  • ଦେ. ବି — (ସଂ. ପୃଷ୍ଠ ବ୍ରଣ)—ପିଠିରେ ହେବା ମାରାତ୍ମକ ବ୍ରଣ ବିଶେଷ; ପୃଷ୍ଠ ବ୍ରଣ — Carbuncle; a boil on the back; wasp's nest; furuncle
  • ଦେ. ବି — [ଦ୍ର—ଏହି ବ୍ରଣ ସାଧାରଣତଃ ମଝି ପିଠିରେ ଅର୍ଥାତ୍ ମେରୁହାଡ଼ ଉପରେ ଉଠେ ଓ ଏହା କ୍ରମଶଃ ଗୋଟିଏ ଚିତଉ ପିଠାର ଆକାର ଧାରଣ କରେ ଓ ଚିତଉ ପିଠାପରି ତାର ବହୁ ସଂଖ୍ୟାକ ଛିଦ୍ର ହୋଇଯାଏ। ବହୁମୂତ୍ର ରୋଗୀଙ୍କୁ ଏ ବ୍ରଣ ବିଶେଷ ଭାବରେ ଆକ୍ରମଣ କରେ ଓ ଏହା ଅଧିକାଂଶ ସମୟରେ ମାରାତ୍ମକ ହୁଏ।]
  • ଦେ. ବି — (ସଂ. ପ୍ରସ୍ଥ) ନଦୀ ଗର୍ଭସ୍ଥ ତୃଣମୟ ଉଚ୍ଚ ଭୂମି ବା କ୍ଷୁଦ୍ର ଦ୍ୱୀପ — An islet or a small grassy eminence. in the bed of a river
  • ଦେ. ବି — ବିରୂପା ତଟିନୀ ତଣ୍ଡି ପଠାଚାରୀ ରଥାଙ୍ଗ—ବଧୂ-ବିଳାପ। ରାଧାନାଥ. ଯଯାତି।
  • ଦେ. ବି — (ସଂ. ପ୍ରସ୍ଥାପନ) ପ୍ରେରଣ — Sending
  • ଦେ. ବିଣ — ପ୍ରେରିତ — Sent