ପଟେ Paṭe

  • ଦେ. ବି — ଏକ ପଟ ମାତ୍ର; ଏକ ଗୋଟି ମାତ୍ର — One only
  • ଦେ. ବି — ବାଦ୍ୟ ନାଦ ଛଳେ ବୋଲେ ଲଗା ଲଗା ଆଉ ପଟେ ନାହିଁ ହଟି ଯେ। ଭଞ୍ଜ, ବୈଦେହୀଶବିଳାସ।
  • ଦେ. ବି — ଯୋଡ଼ାକ ମଧ୍ୟରୁ ଗୋଟିଏ — One of a pair
  • ଦେ. ବି — ପଟେ ଶଙ୍ଖା ବହି କୁମାରୀ ଧାନ କୁଟି ସ୍ୱଇଚ୍ଛାରେ ମହା ସୁଖକୁ କଲା ଲୁଟି। କୃଷ୍ଣସିଂହ, ମହାଭାରତ, ଶାନ୍ତି।
  • ଦେ. ବି — ସମକକ୍ଷ ଲୋକ — One's equal
  • ଦେ. କ୍ରି. ବିଣ — ଦିଗରେ; ଆଡ଼ରେ; ପାଖେ; ପାଖରେ; ପାର୍ଶ୍ୱରେ — On a side
  • ଦେ. କ୍ରି. ବିଣ — ସହସ ଦଶ ହାତ ଲେଖେ ଚାରି ପଟେ। କୃଷ୍ଣସିଂହ, ମହାଭାରତ, ସଭା।