ପଇଡ଼ Paiṟḍ̠a
- ଦେ. ବି [ସଂ. ପୟଃ=ନଡ଼ିଆ ଗଛ (Apte); ପୟୋଧର= ନଡ଼ିଆ (M.W.); ପୟଃପେଟକ; ପୟଃପେଟୀ=ନଡ଼ିଆ (ହି. ଶ); ପଇଡ଼ର ସଂ. ନାମ—ରୋଚ (ଦ୍ରବ୍ୟଗୁଣ)] — କଅଁଳ ନଡ଼ିଆ କସି ନଡ଼ିଆ — Young cocoanut fruit
- ଦେ. ବି [ସଂ. ପୟଃ=ନଡ଼ିଆ ଗଛ (Apte); ପୟୋଧର= ନଡ଼ିଆ (M.W.); ପୟଃପେଟକ; ପୟଃପେଟୀ=ନଡ଼ିଆ (ହି. ଶ); ପଇଡ଼ର ସଂ. ନାମ—ରୋଚ (ଦ୍ରବ୍ୟଗୁଣ)] — ମଳୁ ଖୋଜୁଥିଲା ପଇଡ଼ ପାଣି। ବଇଦ ବୋଇଲା ପିଇ ତୋଡ଼ାଣି ଢଗ।
- ଦେ. ବି [ସଂ. ପୟଃ=ନଡ଼ିଆ ଗଛ (Apte); ପୟୋଧର= ନଡ଼ିଆ (M.W.); ପୟଃପେଟକ; ପୟଃପେଟୀ=ନଡ଼ିଆ (ହି. ଶ); ପଇଡ଼ର ସଂ. ନାମ—ରୋଚ (ଦ୍ରବ୍ୟଗୁଣ)] — [ଦ୍ର— ନଡ଼ିଆର ଗୋଟମା ବଡ଼ ହୋଇଗଲେ ତା ମଧ୍ୟରେ ଥିବା ଶସ କ୍ରମଶଃ ଟାଣୁଆ ହେଉଥାଏ ଓ ତହିଁ ମଧ୍ୟରେ ଥିବା ଜଳର ପରିମାଣ କମି ଯାଉଥାଏ। ଶସ ଲହୁଣୀ ପରି କୋମଳ ଥିବା ଅବସ୍ଥାରେ ଓ ନଡ଼ିଆ ମଧ୍ୟରେ ବେଶି ଜଳିଥିବା ଅବସ୍ଥାରେ ଉକ୍ତ ନଡ଼ିଆକୁ ପଇଡ଼ ବୋଲାଯାଏ। ଏହାର ଜଳ ସୁସ୍ୱାଦୁ ଓ ଜୀର୍ଣ୍ଣ— କାରକ। ପଇଡ଼ ଭିତରେ ଥିବା କୋମଳ ଶସ ବା ନାଳି ମଧ୍ୟ ଖାଇବାକୁ ରୁଚିକର ହୁଏ; ପଇଡ଼ ପାଣିରେ କପୂର ମିଶାଇ ତାକୁ କିଛିକ୍ଷଣ କଂସାପାତ୍ରରେ ରଖିଲେ ତାହା ବିଷାକ୍ତ ହୁଏ; ଯେଉଁ ପଇଡ଼ରେ ନାଳି ଲାଗି ନଥାଏ ତହିଁର ପାଣି କଷାଳିଆ ଓ ବିସ୍ୱାଦ। ନାଳିପଇଡ଼=ଯେଉଁ ପଇଡ଼ର ମଧ୍ୟସ୍ଥ ଶସ ଅତି କୋମଳ ଓ ନାଳୁଆ ହୋଇଥାଏ — A raw cocoanut, the kernel of which is very soft.]